ଶିକାର କରିବାକୁ ଯାଇଥିବା ଦୁଇ ଆଦିବାସୀଙ୍କୁ ମାଓବାଦୀ ସନ୍ଦେହରେ ଆନ୍ଧ୍ର ପୋଲିସର ହତ୍ୟା ଅଭିଯୋଗ

ମାଲକାନଗିରି: ଶିକାର କରିବାକୁ ଯାଇଥିବା ମାଲକାନଗିରି ଜିଲ୍ଲା ତୁମସାପାଲ୍ଲୀ ପଞ୍ଚାୟତ ବାଳକାଟି ଗ୍ରାମର ୨ ଜଣ ଆଦିବାସୀଙ୍କୁ ଆନ୍ଧ୍ର ପୋଲିସ୍ ମାଓବାଦୀ ସନ୍ଦେହରେ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ କହିଛନ୍ତି। ମୃତକମାନେ ହେଲେ ଗଙ୍ଗା ମାଡକାମି ଓ ଗଙ୍ଗା ପଡ଼ିଆମି। ଏହି ଗୁଳିକାଣ୍ଡରେ ଇର୍ମା କବାସି ନାମକ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।  ମୃତକଙ୍କ ପରିବାର ଲୋକ ଅଭିଯୋଗରେ ଦର୍ଶାଇଛନ୍ତି, “ଗତ ୧୪ ତାରିଖରେ ମୃତକ ଦୁଇଜଣଙ୍କ ସହ ୨୨ ଜଣ ଗ୍ରାମବାସୀ ଶିକାର […]

mao

mao

Rakesh Mallick
  • Published: Friday, 26 February 2016
  • Updated: 26 February 2016, 09:04 AM IST

Sports

Latest News

ମାଲକାନଗିରି: ଶିକାର କରିବାକୁ ଯାଇଥିବା ମାଲକାନଗିରି ଜିଲ୍ଲା ତୁମସାପାଲ୍ଲୀ ପଞ୍ଚାୟତ ବାଳକାଟି ଗ୍ରାମର ୨ ଜଣ ଆଦିବାସୀଙ୍କୁ ଆନ୍ଧ୍ର ପୋଲିସ୍ ମାଓବାଦୀ ସନ୍ଦେହରେ ହତ୍ୟା କରିଥିବା ମୃତକଙ୍କ ପରିବାର ଲୋକେ କହିଛନ୍ତି। ମୃତକମାନେ ହେଲେ ଗଙ୍ଗା ମାଡକାମି ଓ ଗଙ୍ଗା ପଡ଼ିଆମି। ଏହି ଗୁଳିକାଣ୍ଡରେ ଇର୍ମା କବାସି ନାମକ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

 ମୃତକଙ୍କ ପରିବାର ଲୋକ ଅଭିଯୋଗରେ ଦର୍ଶାଇଛନ୍ତି, “ଗତ ୧୪ ତାରିଖରେ ମୃତକ ଦୁଇଜଣଙ୍କ ସହ ୨୨ ଜଣ ଗ୍ରାମବାସୀ ଶିକାର କରିବାକୁ ଜଙ୍ଗଲ ଯାଇଥିଲେ। ଶିକାର ଖୋଜୁ ଖୋଜୁ ସେମାନେ ଅଜାଣତରେ ବିଶାଖାପାଟଣା ରାଭୁଲକୋଟା ଜଙ୍ଗଲ ମଧ୍ୟରେ ପ୍ରବେଶ କରିଥିଲେ। ଏହି ସମୟରେ ସ୍ୱତନ୍ତ୍ର ଅପରେସନ କରୁଥିବା ଆନ୍ଧ୍ର ପୋଲିସ ଏମାନଙ୍କୁ ମାଓବାଦୀ ଭାବି ଗୁଳି ଚାଳନା କରିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ଗୁଡ଼ିକ ଆଜି ମାଲକାନଗିରିରେ ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି। ଆନ୍ଧ୍ର ପୋଲିସ୍ ସେମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଜବତ କରି ମାମଲା ରୁଜୁ କରିଛନ୍ତି।”

ମୃତକ ଗଙ୍ଗା ମାଡ଼କାମୀଙ୍କ ଝିଅ ସ୍ୱପ୍ନା କହିଛନ୍ତି, “ବାପା ଶିକାର କରିବାକୁ ଆନ୍ଧ୍ର ପଟେ ଯାଇଥିଲେ। ଆନ୍ଧ୍ର ପୋଲିସ୍ ତାଙ୍କୁ ନକ୍ସଲ ଭାବି ହତ୍ୟା କରିଛି।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos