ମହିଳା କମିଶନରେ ପୁଣି ହାଜର ହେଲେ ଶିଖା ସାମନ୍ତରାୟ

ଭୁବନେଶ୍ୱର: ପାରିବାରିକ ବିବାଦ ନେଇ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇ ବୋହୂ ଶିଖା ସାମନ୍ତରାୟ ଆଜି ପୁଣି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି। ଦେବାଶିଷଙ୍କୁ କାହିଁକି ନୋଟିସ୍ ଜାରି କରାଯାଉ ନାହିଁ ବୋଲି  ଶିଖା ପ୍ରଶ୍ନ କରିଛନ୍ତି। ଅପରାଧୀମାନଙ୍କ ସହ ତାଙ୍କ ସମ୍ପର୍କ ଥିବାରୁ ତାଙ୍କ ଜୀବନ ପ୍ରତି  ବିପଦ ଥିବା ସେ କହିଛନ୍ତି। ଏଥିସହ ମହିଳା କମିଶନ ରାଜନୈତିକ ଚାପରେ ଅଛନ୍ତି କି ବୋଲି ଶିଖା ପ୍ରଶ୍ନ କରିଛନ୍ତି। ପୂର୍ବରୁ ଶିଖା ଦୁଇଥର […]

sikha-samanta-singhara

sikha-samanta-singhara

Rakesh Mallick
  • Published: Monday, 25 April 2016
  • Updated: 25 April 2016, 08:52 AM IST

Sports

Latest News

sikha-samanta-singharaଭୁବନେଶ୍ୱର: ପାରିବାରିକ ବିବାଦ ନେଇ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇ ବୋହୂ ଶିଖା ସାମନ୍ତରାୟ ଆଜି ପୁଣି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି। ଦେବାଶିଷଙ୍କୁ କାହିଁକି ନୋଟିସ୍ ଜାରି କରାଯାଉ ନାହିଁ ବୋଲି  ଶିଖା ପ୍ରଶ୍ନ କରିଛନ୍ତି। ଅପରାଧୀମାନଙ୍କ ସହ ତାଙ୍କ ସମ୍ପର୍କ ଥିବାରୁ ତାଙ୍କ ଜୀବନ ପ୍ରତି  ବିପଦ ଥିବା ସେ କହିଛନ୍ତି। ଏଥିସହ ମହିଳା କମିଶନ ରାଜନୈତିକ ଚାପରେ ଅଛନ୍ତି କି ବୋଲି ଶିଖା ପ୍ରଶ୍ନ କରିଛନ୍ତି।

ପୂର୍ବରୁ ଶିଖା ଦୁଇଥର ମହିଳା କମିଶନଙ୍କ ନିକଟରେ ହାଜର ହୋଇଥିଲେ।

ଶିଖା ସାମନ୍ତରାୟ ଓ ତାଙ୍କ ଦେଢ଼ଶୁର ତଥା ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ ଲାଗି ନାରୀ ସୁରକ୍ଷା ସଂଗଠନ ଓ ଓଡ଼ିଶା ନାରୀ ସୁରକ୍ଷା ମଞ୍ଚ ପକ୍ଷରୁ ଉଦ୍ୟମ କରାଯାଇଥିଲା। ତେବେ ଶିଖା ଏଥିରେ ଅମଙ୍ଗ ହୋଇଥିଲେ।

ଶିଖା ସାମନ୍ତରାୟଙ୍କର ମୁଖ୍ୟତଃ ପାଞ୍ଚୋଟି ଦାବି ଅଛି ବୋଲି ଏପ୍ରିଲ୍ ୭ ତାରିଖରେ ତାଙ୍କୁ ଭେଟିବା ପରେ ଗଣମାଧ୍ୟମ ଆଗରେ କହିଥିଲେ ଓଡ଼ିଶା ନାରୀ ସୁରକ୍ଷା ମଞ୍ଚର ସଭାନେତ୍ରୀ ସସ୍ମିତା ଦାସ।

ସେ କହିଥିଲେ,“ପ୍ରତି ମାସରେ ଚଳିବା ପାଇଁ ତାଙ୍କୁ କିଛି ଅର୍ଥ ଦିଆଯିବାକୁ ଶିଖା ଦାବି କରିଛନ୍ତି। ପଣ୍ଡିଚେରୀରେ ତାଙ୍କର ଏକ ଘର ଥିଲା। ସେ ଘରଟିକୁ ଦେବାଶିଷ ସାମନ୍ତରାୟ ତାଙ୍କୁ ନ ଜଣାଇ ବିକି ଦେଇଛନ୍ତି। ସେ ଏବେ ସେହି ଘରଟିକୁ ଫେରିପାଇବାକୁ ଚାହୁଁଛନ୍ତି। ଭୁବନେଶ୍ୱରରେ ତାଙ୍କର ଶ୍ୱଶୁରଙ୍କ କିଛି ସଂପତ୍ତି ରହିଛି। ଏହାର ଭାଗ ବଣ୍ଟା ହୋଇଛି। ଦେବାଶିଷ ଓ ତାଙ୍କ ଭଉଣୀମାନେ ଏଥିରୁ ଭାଗ ପାଇଥିବା ବେଳେ ଶିଖାଙ୍କ ସ୍ୱାମୀଙ୍କୁ ଭାଗ ଦିଆଯାଇନାହିଁ। ସେ ସେଥିରୁ ଭାଗ ଚାହୁଁଛନ୍ତି। ସେହିପରି ଦେବାଶିଷ ଶିଖାଙ୍କ ମା’ଙ୍କଠାରୁ ଅଢ଼େଇ ଲକ୍ଷ ଟଙ୍କା ନେଇଥିଲେ। ସେଥିରୁ ସେ କେବଳ ୨ ଲକ୍ଷ ଫେରାଇଛନ୍ତି। ବାକି ପଚାଶ ହଜାର ଟଙ୍କା ଫେରାଇ ଦେବାକୁ ସେ ଦାବି କରିଛନ୍ତି। ତା’ଛଡ଼ା ଦେବାଶିଷ ଶିଖାଙ୍କ ଭାଇ ଦ୍ୱୟଙ୍କଠାରୁ ଦୁଇଟି ଟିପର୍ ଆଣିଥିଲେ। ଟିପର୍‌ ଦୁଇଟିକୁ ନ ଫେରାଇ ବିକି ଦେଇଥିଲେ। ହେଲେ ଟଙ୍କା ଦେଇ ନାହାନ୍ତି। ତେଣୁ ଶିଖା ଦାବି କରିଛନ୍ତି ଯେ ଦେବାଶିଷ ତାଙ୍କ ଭାଇମାନଙ୍କୁ ଟିପର୍‌ ବାବଦକୁ ୩୦ ଲକ୍ଷ ଟଙ୍କା ଫେରାଇ ଦିଅନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story