୯ ଦିନ ହେଲା ସୀମାଞ୍ଚଳଙ୍କ ପତ୍ତା ମିଳୁନି; DNA ଟେଷ୍ଟ ପାଇଁ ପହଞ୍ଚିଲେ ପରିବାର ଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୭ ତାରିଖରେ ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ନିକଟରେ ହୋଇଥିବା ପେଟ୍ରୋଲ୍ ପମ୍ପ  ବିସ୍ଫୋରଣ ଘଟଣାରେ ନିଖୋଜ ବୋଲି କୁହାଯାଉଥିବା ସୀମାଞ୍ଚଳ ପରିଡ଼ାଙ୍କ ସମ୍ପର୍କରେ ଏଯାଏଁ କୌଣସି ସଠିକ୍ ସୂଚନା ମିଳିପାରିନାହିଁ। ସେ ମୃତ ନା ଜୀବିତ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ପୁଅର ଫେରିବା ବାଟକୁ ଅନାଇ ନିରାଶ ହେବା ପରେ ପ୍ରତିକାତ୍ମକ ସତ୍କାର କରିଦେଇଥିବା ପରିବାର ଲୋକେ  ଇତି ମଧ୍ୟରେ  DNA ଟେଷ୍ଟ ପାଇଁ କ୍ୟାପିଟାଲ […]

simanchal

simanchal

Tapaswini Nayak
  • Published: Thursday, 15 October 2020
  • Updated: 15 October 2020, 02:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୭ ତାରିଖରେ ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ନିକଟରେ ହୋଇଥିବା ପେଟ୍ରୋଲ୍ ପମ୍ପ  ବିସ୍ଫୋରଣ ଘଟଣାରେ ନିଖୋଜ ବୋଲି କୁହାଯାଉଥିବା ସୀମାଞ୍ଚଳ ପରିଡ଼ାଙ୍କ ସମ୍ପର୍କରେ ଏଯାଏଁ କୌଣସି ସଠିକ୍ ସୂଚନା ମିଳିପାରିନାହିଁ। ସେ ମୃତ ନା ଜୀବିତ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ପୁଅର ଫେରିବା ବାଟକୁ ଅନାଇ ନିରାଶ ହେବା ପରେ ପ୍ରତିକାତ୍ମକ ସତ୍କାର କରିଦେଇଥିବା ପରିବାର ଲୋକେ  ଇତି ମଧ୍ୟରେ  DNA ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ସୀମାଞ୍ଚଳଙ୍କ ବାପା, ମା’ ଓ ଭାଇ ଅଛନ୍ତି।

ଅନ୍ୟପକ୍ଷରେ ବିସ୍ଫୋରଣ କାହାର ଭୁଲ ପାଇଁ ହେଲା, କିଏ ଦାୟୀ ସ୍ପଷ୍ଟ ହେଉ ବୋଲି ସୀମାଞ୍ଚଳଙ୍କ ବାପା ପ୍ରଶ୍ନ କରିଛନ୍ତି । ପୁଅ ନିଖୋଜ ନେଇ ପ୍ରକୃତ ତଥ୍ୟ କ’ଣ ତାହା ସ୍ପଷ୍ଟ କରାଯାଉ ବୋଲି ସେ କହିଛନ୍ତି।

ସୂଚନାଥାଉ କି, ଭୁବନେଶ୍ୱର ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି କମିଶନରେଟ୍ ପୁଲିସ୍‌। ଏ ନେଇ ନିଜ ଆଡୁ ମାମଲା କରିଛି କମିଶନରେଟ୍ ପୁଲିସ୍‌ । ବିସ୍ଫୋରଣ ପରେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡକୁ ଡିଏନ୍ଏ ଟେଷ୍ଟ ପାଇଁ ପଠାଯାଇଛି।

ପୁଲିସ୍‌ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ପ୍ରାଣଘାତୀ ବିସ୍ଫୋରଣରେ କଟକ ଏସ୍‌ସିବିରେ ଗଞ୍ଜାମ ଜିଲ୍ଲାର ସଦାନନ୍ଦ ନାୟକ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅଛନ୍ତି।  ଜଣେ ନିଖୋଜ ଥିବା ପୁଲିସ୍‌ ସ୍ୱୀକାର କରୁଥିବା ବେଳେ ତାଙ୍କର କିଛି ଖୋଜଖବର ମିଳି ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos