କେନ୍ଦ୍ରର ଗୋଟିଏ ଟ୍ରିବ୍ୟୁନାଲ ଗଠନ ନିଷ୍ପତ୍ତି ପରେ ମହାନଦୀ ସମସ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ଦେଶରେ ଦେଖାଦେଇଥିବା ଜଳ ବିବାଦ ସମାଧାନ ପାଇଁ ଗୋଟିଏ ଟ୍ରିବ୍ୟୁନାଲ ଗଠନ ହେବ। ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍‌। ଯଦି ଗୋଟିଏ ଟ୍ରିବ୍ୟୁନାଲ ଗଠନ ହୁଏ ତାହାହେଲେ ମହାନଦୀ ଜଳ ବିବାଦରେ ଓଡ଼ିଶାକୁ ନ୍ୟାୟ ମିଳିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିଥିବା ବେଳେ ପ୍ରଚଳିତ ଆଇନ୍‌ ଅନୁସାରେ ଟ୍ରିବ୍ୟୁନାଲ କରାଯାଉ ବୋଲି ବିରୋଧୀ ଦଳ ନେତା କହିଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ […]

mahanadi

mahanadi

Rakesh Mallick
  • Published: Monday, 19 December 2016
  • Updated: 19 December 2016, 11:20 PM IST

ଭୁବନେଶ୍ୱର: ଦେଶରେ ଦେଖାଦେଇଥିବା ଜଳ ବିବାଦ ସମାଧାନ ପାଇଁ ଗୋଟିଏ ଟ୍ରିବ୍ୟୁନାଲ ଗଠନ ହେବ। ଏପରି ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍‌। ଯଦି ଗୋଟିଏ ଟ୍ରିବ୍ୟୁନାଲ ଗଠନ ହୁଏ ତାହାହେଲେ ମହାନଦୀ ଜଳ ବିବାଦରେ ଓଡ଼ିଶାକୁ ନ୍ୟାୟ ମିଳିବ ନା ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିଥିବା ବେଳେ ପ୍ରଚଳିତ ଆଇନ୍‌ ଅନୁସାରେ ଟ୍ରିବ୍ୟୁନାଲ କରାଯାଉ ବୋଲି ବିରୋଧୀ ଦଳ ନେତା କହିଛନ୍ତି।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖାଦେଇଥିବା ମହାନଦୀ ଦଳ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଜଳ ବିବାଦ ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ପରିବର୍ତ୍ତେ ଗୋଟିଏ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି ପରେ ମହାନଦୀ ଜଳ ବିବାଦ ସମାଧାନ ହେବାକୁ ନେଇ ସନ୍ଦେହ ଦେଖାଦେଇଛି। ଯଦି କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ଯାଆନ୍ତି ତାହାହେଲେ ପୁଣି ଥରେ ମହାନଦୀ ବିବାଦର ମୂଳରୁ ଆଲୋଚନା ପାଇଁ ଯିବେ ନା ସିଧାସଳଖ ଟ୍ରିବ୍ୟୁନାଲ ପାଇଁ ଦାବି କରିବେ ତାହା ଦେଖିବାକୁ ବାକି ରହିଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଜଳ ବିବାଦ ସମାଧାନ ପାଇଁ ଗୋଟିଏ ଟ୍ରିବ୍ୟୁନାଲ ହେଲେ ମାମଲାର ବିଚାରରେ ବିଳମ୍ୱ ହେବ। ତେବେ ଏଠି ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର ମହାନଦୀ ବିବାଦକୁ ପୁରୁଣା ନା ନୂଆ ବିଧିବ୍ୟବସ୍ଥା ଅନୁସାରେ ବିଚାରକୁ ନେବେ। ଏବେ ଏହି ମାମଲା କେନ୍ଦ୍ର ସରକାରଙ୍କ ଜଳ ସେଚନ ବିଭାଗ ପାଖରେ ରହିଛି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ପ୍ରଚଳିତ ଆଇନ୍‌ ଅନୁସାରେ ଟ୍ରିବ୍ୟୁନାଲ ଗଠନ କରାଯାଉ। ନୂଆ ଆଇନ୍‌ ଆସିବ ବୋଲି ଅପେକ୍ଷା କରିବା ଅନୁଚିତ ହେବ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ଆଜିର ବିଧି ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ ହେବ।”

ମହାନଦୀ ଜଳ ବିବାଦ ଆଇନ୍‌ର ଜାଲରେ ଛନ୍ଦି ହୋଇଯାଇଛି। ସାମାଧାନର ରାସ୍ତା ବାହାରି ପାରୁନଥିବା ବେଳେ ଏବେ କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି ମହାନଦୀ ବିବାଦକୁ ଆହୁରି ଜଟିଳ କରିଛି। ଗୋଟିଏ ଟ୍ରିବ୍ୟୁନାଲ ହେଲେ ଓଡ଼ିଶା ତାଲିକାର ଶେଷରେ ରହିବ। ୫ ବର୍ଷ ପର୍ଯ୍ୟନ୍ତ ଫଳ ବାହାରିବନାହିଁ ବୋଲି ବରିଷ୍ଠ ଆଇନ୍‌ଜୀବୀ ମାନସ ମହାପାତ୍ର କହିଛନ୍ତି।

ଜଳ ସମ୍ପଦ ବିଭାଗ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ରମେଶ ତ୍ରିପାଠୀ କହିଛନ୍ତି,“ମହାନଦୀ ବିବାଦ ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ପାଇଁ କୌଣସି ବାଧା ନାହିଁ। କାରଣ ଏପର୍ଯ୍ୟନ୍ତ ମୁଖ୍ୟ ଟ୍ରିବ୍ୟୁନାଲ ଗଠନ ହୋଇନି। ଯଦି ଅପେକ୍ଷା କରିବେ ତାହାହେଲେ କେବେ ଆକ୍ଟ ପାସ୍‌ ହେବ ତା’ପରେ ଯିବେ ତାହା କହିହେବ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story