କଟକ: ଶିଶୁଭବନ ଅଧୀକ୍ଷକଙ୍କ ନାଁରେ ବିଜେପି ମହିଳା ମୋର୍ଚ୍ଚାର ଏତଲା

କଟକ: ଶିଶୁ ଭବନରେ ଚାଲିଥିବା ବ୍ୟାପକ ଅନିୟମିତତାକୁ ନେଇ ଲାଲବାଗ ଥାନାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଏତଲା ଦିଆଯାଇଛି। ଶିଶୁଭବନଅଧୀକ୍ଷକଙ୍କ ନାଁରେ ଦଳ ପକ୍ଷରୁ ଏହି ଏତଲା ଦିଆଯାଇଛି। ଏଥିରେ ଶିଶୁକନ୍ୟା ଅପହରଣରେ ସମ୍ପୃକ୍ତ ଦୋଷୀକୁ ଶୀଘ୍ର ଲୋକଲୋଚନକୁ ଆଣିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦଳ ଦାବି କରିଛି। ଚଳିତମାସ ୧୭ ତାରିଖରେ ପିଲା ଅପହରଣ ମାମଲାରେ ଅନୁଧ୍ୟାନ କରିବା ପାଇଁ ଗଠନ ହୋଇଥିବା ଟିମରେ ତଦନ୍ତ ରିପୋର୍ଟ ଦେବାରେ ନିଷ୍କ୍ରିୟତାକୁ […]

cuttack-bjp

cuttack-bjp

Rakesh Mallick
  • Published: Friday, 25 March 2016
  • Updated: 25 March 2016, 12:54 PM IST

Sports

Latest News

କଟକ: ଶିଶୁ ଭବନରେ ଚାଲିଥିବା ବ୍ୟାପକ ଅନିୟମିତତାକୁ ନେଇ ଲାଲବାଗ ଥାନାରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଏତଲା ଦିଆଯାଇଛି। ଶିଶୁଭବନଅଧୀକ୍ଷକଙ୍କ ନାଁରେ ଦଳ ପକ୍ଷରୁ ଏହି ଏତଲା ଦିଆଯାଇଛି। ଏଥିରେ ଶିଶୁକନ୍ୟା ଅପହରଣରେ ସମ୍ପୃକ୍ତ ଦୋଷୀକୁ ଶୀଘ୍ର ଲୋକଲୋଚନକୁ ଆଣିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦଳ ଦାବି କରିଛି।

ଚଳିତମାସ ୧୭ ତାରିଖରେ ପିଲା ଅପହରଣ ମାମଲାରେ ଅନୁଧ୍ୟାନ କରିବା ପାଇଁ ଗଠନ ହୋଇଥିବା ଟିମରେ ତଦନ୍ତ ରିପୋର୍ଟ ଦେବାରେ ନିଷ୍କ୍ରିୟତାକୁ ଦଳ ପକ୍ଷରୁ ବିରୋଧ କରାଯାଇଛି। ଶିଶୁ ଭବନରେ ସୁରକ୍ଷା କର୍ମଚାରୀ ନିୟୋଜନ କରାଯିବା ସହ ସିସିଟିଭି କ୍ୟାମେରା ଲଗା ଯାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଆନ୍ତରିକତା ଅଭାବରୁ କିଛି ଲାଭ ହେଉ ନ ଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।

କଟକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, “ଆମେ ଶିଶୁଭବନ ଅଧୀକ୍ଷକଙ୍କ ନାଁରେ ଏତଲା ଦେଇଛୁ। ବିଗତ ଦିନରୁ ଶୁଶୁ ଭବନରେ କେଳେଙ୍କାରୀ ଲାଗି ରହିଛି। ବାରମ୍ବାର ଏଠାରେ ଅଘଟଣ ଘଟୁଥିଲେ ବି କର୍ତ୍ତୃପକ୍ଷଙ୍କ ଚେତା ପଶୁନାହିଁ। ଏଠାରେ ଏକ ଶିଶୁ ଆଡମିଟ୍‌ ହେଉଛି। ଡିସଚାର୍ଜ ହେବା ପୂର୍ବରୁ ଗାଏବ ହୋଇଯାଉଛି। ଏହାର ତଦନ୍ତ ଲାଗି ଲୋକ ଦେଖାଣିଆ ଭାବେ କମିଟି ଗଠନ କରାଯାଉଛି। ଶିଶୁ ଗାଏବ ଘଟଣାର ତଦନ୍ତ ଲାଗି ୪ ଜଣିଆ କମିଟି ଗଠନ କରାଗଲା। ହେଲେ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇନାହିଁ। ସରକାର ଶିଶୁକନ୍ୟାଙ୍କୁ କନ୍ୟାରତ୍ନ କହୁଛନ୍ତି, ହେଲେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଇ ପାରୁନାହିଁ। ଆଗାମୀ ଦିନରେ ଏହା ଜାରି ରହିଲେ ଆମେ ଆନ୍ଦୋଳନକୁ ତିବ୍ରତର କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos