ଶିଶିର କୁମାର ରଥ ହେଲେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନ ଅବଧି ସରିବା ପୂର୍ବରୁ ଓଡ଼ିଶା ଫେରିଥିବା ୧୯୮୭ ବ୍ୟାଚ୍ ଆଇଏଫଏସ ଶିଶିର କୁମାର ରଥଙ୍କୁ ରାଜ୍ୟର ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଭାବେ ନିଯୁକ୍ତି ମିଳିଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୭ ବ୍ୟାଚ୍ ଆଇଏଫଏସ ଶ୍ରୀ ରଥ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ କାର୍ଯ୍ୟ କରିବେ। ଏହାସହିତ ସେ ଫରେଷ୍ଟ ଫୋର୍ସର ମୁଖ୍ୟ ଦାୟିତ୍ୱରେ ମଧ୍ୟ ରହିବେ। ଓଡ଼ିଶା କ୍ୟାଡ଼ରର ଆଇଏଫଏସ୍ ଶ୍ରୀ ରଥ ଗତ ସପ୍ତାହରେ ନିଜ ଗୃହ କ୍ୟାଡ଼ରକୁ ଫେରିଯିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। ଶ୍ରୀ ରଥ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟରେ ଏଡିଜିଏଫ(ଏଫସି) ଭାବେ କାର୍ଯ୍ୟ କରୁଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।