ଏସ୍‌ଆଇଟି ବୈଠକ ଶେଷ: ୩ ଲକ୍ଷରୁ ଅଧିକ ଟଙ୍କାର ଦେଣନେଣ ଚେକ୍‌ରେ କରିବାକୁ ସୁପାରିଶ

କଟକ: ଆଜି ଏଠାରେ ବସିଥିବା କଳାଧନ ସମ୍ପର୍କିତ ଏସ୍‌ଆଇଟି ବୈଠକ ଶେଷ ହୋଇଛି। ବିଗତ କିଛି ଦିନ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ହୋଇଥିବା ଚଢାଉରେ ପ୍ରାୟ ୧୩୩ କୋଟି ଟଙ୍କାର କଳାଧନ ସୂଚନା ମିଳିଥିବା ବୈଠକରେ ଆଲୋଚନା ହୋଇଛି। ବୈଠକରେ ୩ ଲକ୍ଷରୁ ଅଧିକ ଟଙ୍କାର ଦେଣନେଣ ଚେକ୍‌ରେ କରିବାକୁ ସୁପାରିଶ କରାଯାଇଛି। ଜଣେ ସର୍ବାଧିକ ୧୫ ଲକ୍ଷ ଟଙ୍କା ନିଜ ପାଖରେ ରଖିପାରିବ ବୋଲି କୁହାଯାଇଛି। ବୈଠକ ପରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ […]

pasayat

pasayat

Rakesh Mallick
  • Published: Friday, 15 July 2016
  • Updated: 15 July 2016, 06:51 PM IST

Sports

Latest News

କଟକ: ଆଜି ଏଠାରେ ବସିଥିବା କଳାଧନ ସମ୍ପର୍କିତ ଏସ୍‌ଆଇଟି ବୈଠକ ଶେଷ ହୋଇଛି। ବିଗତ କିଛି ଦିନ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ହୋଇଥିବା ଚଢାଉରେ ପ୍ରାୟ ୧୩୩ କୋଟି ଟଙ୍କାର କଳାଧନ ସୂଚନା ମିଳିଥିବା ବୈଠକରେ ଆଲୋଚନା ହୋଇଛି। ବୈଠକରେ ୩ ଲକ୍ଷରୁ ଅଧିକ ଟଙ୍କାର ଦେଣନେଣ ଚେକ୍‌ରେ କରିବାକୁ ସୁପାରିଶ କରାଯାଇଛି। ଜଣେ ସର୍ବାଧିକ ୧୫ ଲକ୍ଷ ଟଙ୍କା ନିଜ ପାଖରେ ରଖିପାରିବ ବୋଲି କୁହାଯାଇଛି।

ବୈଠକ ପରେ ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ କହିଛନ୍ତି, “ପାନାମା ସ୍କାମ୍‌ରେ ଏନ୍‌ଆରଆଇଙ୍କ ସଂଖ୍ୟା ୨୫୦ରୁ ଅଧିକ ରହିଛି। ଏମାନଙ୍କ ମଧ୍ୟରୁ ୧୨୦ ଜଣ ଏନ୍‌ଆରଆଇ ଟଙ୍କା ରଖିଥିବା ସ୍ୱୀକାର କରିଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରେ ରିପୋର୍ଟ ଦିଆଯିବ। ୧୫ଦିନ ପୂର୍ବେ ଗୋଟିଏ ସ୍ଥାନରେ ଚଢାଉ କରାଯାଇ ୮୬ କୋଟି ଟଙ୍କା ଜବତ କରାଯାଇଛି। ଏହାପୂର୍ବରୁ ଗୋଟେ ସ୍ଥାନରୁ ୨୦ କୋଟି ଓ କିଛିଦିନ ତଳେ ଏକ ଶିକ୍ଷାନୁଷ୍ଠାନରେ ହୋଇଥିବା ଚଢାଉରେ ପ୍ରାୟ ୩୦ କୋଟି ଟଙ୍କା ଜବତ କରାଯାଇଛି।”

ସେ କହିଛନ୍ତି, “ପୂର୍ବରୁ ହୋଇଥିବା ଦୁଇଟି ବୈଠକରେ ଯାହା ନିଷ୍ପତ୍ତି ନିଆଯାଇଥିଲା ତାହା କେତେଦୂର କାର୍ଯ୍ୟକାରୀ ହୋଇଛି ସେ ନେଇ ଆଜି ଆଲୋଚନା କରିଥିଲୁ।”

ବୈଠକରେ ପୋଲିସ ଡିଜିଙ୍କ ସମେତ କ୍ରାଇମବ୍ରାଞ୍ଚ, ଇଡି, ଖଣି, ଆୟକର ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos