ସରିଲା ଦେବ ଦମ୍ପତିଙ୍କ ବିବାହ; ଆଜି ଯୁଗଳ ଦର୍ଶନ

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ଭୋଳାବାବାଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ରାତିରେ ଦେବଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହେବ। ସବୁ ରୀତିନୀତି ସରିବା ପରେ ବରଯାତ୍ରୀଙ୍କୁ ସାଥିରେ ନେଇ କନ୍ୟାଘର ଅଭିମୁଖେ ବାହାରିଥିଲେ ମହାଦେବ। ଏଥିଲାଗି ଚଳଚଞ୍ଚଳ ହୋଇ ପଡ଼ିଥିଲା ସମ୍ବଲପୁର ସହର। ସହରର ଝାଡୁଆପଡ଼ା, ମୋଦିପଡ଼ା, ବଡବଜାର, ବୁଢାରାଜା ଓ ଠାକୁରପଡ଼ା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଭୋଳାବାବାଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ […]

sital,,,,,,,,,,,,,,,,,,,,,,,,,

sital,,,,,,,,,,,,,,,,,,,,,,,,,

Tapaswini Nayak
  • Published: Saturday, 08 June 2019
  • Updated: 08 June 2019, 09:40 AM IST

Sports

Latest News

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ଭୋଳାବାବାଙ୍କ ବିବାହ ସମ୍ପନ୍ନ ହୋଇଛି। ଆଜି ରାତିରେ ଦେବଦମ୍ପତ୍ତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ ହେବ।

ସବୁ ରୀତିନୀତି ସରିବା ପରେ ବରଯାତ୍ରୀଙ୍କୁ ସାଥିରେ ନେଇ କନ୍ୟାଘର ଅଭିମୁଖେ ବାହାରିଥିଲେ ମହାଦେବ। ଏଥିଲାଗି ଚଳଚଞ୍ଚଳ ହୋଇ ପଡ଼ିଥିଲା ସମ୍ବଲପୁର ସହର। ସହରର ଝାଡୁଆପଡ଼ା, ମୋଦିପଡ଼ା, ବଡବଜାର, ବୁଢାରାଜା ଓ ଠାକୁରପଡ଼ା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଭୋଳାବାବାଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ କରାଯାଇ ବିମାନରେ ଆସୀନ କରାଯାଇଥିଲା। ବାଜା, ବାଣ,ରୋଶଣୀ ସହ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ କନ୍ୟା ଘରକୁ ଯାଇ ବିଧି ମୁତାବକ ପାର୍ବତୀଙ୍କୁ ବିବାହ କରିଥିଲେ ଦେବ ଦେବ ମହାଦେବ। ଦୁଲଦୁଲିର ତାଳେ ତାଳେ ଡାଲଖାଇ ଓ ରସରକେଲି ଗୀତରେ କମ୍ପି ଉଠିଥିଲା ସାରା ପରିବେଶ।

ଶିବ ଶଙ୍କରଙ୍କ ବିବାହ ଶୋଭାଯାତ୍ରାରେ ବରଯାତ୍ରୀ ଭାବେ ସାମିଲ ହେବାକୁ ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କଳାକାର ଓ ସାଧାରଣ ଲୋକଙ୍କ ସହ ରାଜନେତାଙ୍କ ସମାଗମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos