ଏଣିକି ସ୍ୱର୍ଗଦ୍ୱାରରୁ ଦେଖିପାରିବେ ଶବସଂସ୍କାରର ସିଧାଦୃଶ୍ୟ

ପୁରୀ(ଓଡ଼ିଶା ରିପୋର୍ଟର): ଆଗରୁ ଆପଣ କୌଣସି ବଡ଼ ବଡ଼ ଇଭେଣ୍ଟ, କ୍ରିକେଟ୍‌ ମ୍ୟାଚ୍‌ ପ୍ରଭୃତି ଲାଇଭ ଦେଖିଥିବେ।  ହେଲେ କେବେ ଶବଦାହର ଲାଇଭ ଦୃଶ୍ୟ ଦେଖିଛନ୍ତି କି? ଏବେ ପୁରୀ ସ୍ୱର୍ଗଦ୍ୱାରରୁ ଦେଖିପାରିବେ ଶବଦାହର ଲାଇଭ ଦୃଶ୍ୟ। କାରଣ ପୁରୀ ସ୍ୱର୍ଗଦ୍ୱାରର ନବକଳେବର ହେବାକୁ ଯାଉଛି। ଏଣିକି ଶବଦାହର ସିଧା ପ୍ରସାରଣ କରାଯିବ। ମୃତକଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ଘରେ ବସି ଶବଦାହର ସିଧାସଳଖ ଦୃଶ୍ୟ ଦେଖି ପାରିବେ। ଏ ନେଇ ପୁରୀ ପୌରସଂସ୍ଥା ବିସ୍ତୃତ […]

swargadwar copy

swargadwar copy

Rakesh Mallick
  • Published: Monday, 07 May 2018
  • Updated: 07 May 2018, 01:50 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଆଗରୁ ଆପଣ କୌଣସି ବଡ଼ ବଡ଼ ଇଭେଣ୍ଟ, କ୍ରିକେଟ୍‌ ମ୍ୟାଚ୍‌ ପ୍ରଭୃତି ଲାଇଭ ଦେଖିଥିବେ।  ହେଲେ କେବେ ଶବଦାହର ଲାଇଭ ଦୃଶ୍ୟ ଦେଖିଛନ୍ତି କି? ଏବେ ପୁରୀ ସ୍ୱର୍ଗଦ୍ୱାରରୁ ଦେଖିପାରିବେ ଶବଦାହର ଲାଇଭ ଦୃଶ୍ୟ।

କାରଣ ପୁରୀ ସ୍ୱର୍ଗଦ୍ୱାରର ନବକଳେବର ହେବାକୁ ଯାଉଛି। ଏଣିକି ଶବଦାହର ସିଧା ପ୍ରସାରଣ କରାଯିବ। ମୃତକଙ୍କ ପରିବାର ଓ ଆତ୍ମୀୟ ସ୍ୱଜନ ଘରେ ବସି ଶବଦାହର ସିଧାସଳଖ ଦୃଶ୍ୟ ଦେଖି ପାରିବେ। ଏ ନେଇ ପୁରୀ ପୌରସଂସ୍ଥା ବିସ୍ତୃତ ପ୍ରକଳ୍ପ ଯୋଜନା(ଡିପିଆର୍‌) ପ୍ରସ୍ତୁତି ଆରମ୍ଭ କରିଛି। ଏଥିପାଇଁ ଅଢ଼େଇ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତୁତ ହୋଇଛି। ସ୍ୱର୍ଗଦ୍ଵାରକୁ ଦୈନିକ ଶବଦାହ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଆସୁଛନ୍ତି। ସେମାନଙ୍କ ସୁବିଧା ଓ ଶବଦାହକୁ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଅନେକ ସମୟରେ ଶବଦାହ ପାଇଁ ସ୍ୱର୍ଗଦ୍ଵାର ଆସୁଥିବା ଲୋକେ ହଟହଟା ହେଉଛନ୍ତି। ତେବେ ଲୋକଙ୍କୁ ଏଭଳି ଦୁର୍ଦ୍ଦଶାରୁ ମୁକ୍ତି ଦେବା ପାଇଁ ପୌରସଂସ୍ଥା ଏଭଳି ନିଷ୍ପତ୍ତି ନେଇଥିବା ପୌର ନିର୍ବାହୀ ଅଧିକାରୀ ଶ୍ରୀ ତରାଇ କହିଛନ୍ତି।

ଶ୍ରୀ ତରାଇଙ୍କ ସୂଚନା ଅନୁଯାୟୀ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ଡିପିଆର୍‌(ଡିଟେଲ୍‌ ପ୍ଲାନିଂ ରିପୋର୍ଟ) ପ୍ରସ୍ତୁତ ହୋଇଛି। ଏଥିରେ ସ୍ୱର୍ଗଦ୍ଵାରକୁ ପାଚେରି ବୁଲାଇବା, ପିଣ୍ଡି ସଂଖ୍ୟା ୪୨କୁ ବୃଦ୍ଧି, ସିସିଟିଭି ଲଗାଇବା, ପୁରୁଣା ଘର ଲୋକଙ୍କ ପାଇଁ ଯଥେଷ୍ଟ ହୋଇନଥିବାରୁ ଘର ସଂଖ୍ୟାରେ ବୃଦ୍ଧି ଓ ପୁରୁଣା ଘରର ଉନ୍ନତିକରଣ, ବିଶୃଙ୍ଖଳା ରୋକିବା ପାଇଁ ସୁରକ୍ଷା କର୍ମୀଙ୍କ ନିଯୁକ୍ତି ପ୍ରଭୃତି ଯୋଜନା ରହିଛି।

ସିସିଟିଭି ନଥିବାରୁ ଅନେକ ସମୟରେ ବିଭ୍ରାଟ ଅଭିଯୋଗ ହୋଇଆସୁଥିଲା। ତେଣୁ ସ୍ୱର୍ଗଦ୍ଵାର ଭିତର ଓ ଚାରିପାଖରେ ୧୪ରୁ ଅଧିକ ସିସିଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଇଛି। ଏହି ସିସିଟିଭି ଜରିଆରେ ମୃତକଙ୍କ ଶେଷକୃତ୍ୟର ସିଧା ପ୍ରସାରଣ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ମିଳିତ ଭାବେ ସ୍ୱର୍ଗଦ୍ଵାର ନାଁରେ ଏକ ୱେବ୍‌ସାଇଟ୍‌ ଖୋଲିବେ। ଯେଉଁଥିରେ ଶବଦାହର ଲାଇଭ୍‌ ଷ୍ଟ୍ରିମିଂ କରାଯିବ।

ଯେଉଁମାନେ ଆଗ ଆସୁଛନ୍ତି ସେମାନେ କିପରି ଆଗ ଶବଦାହ କରି ଫେରିବେ ତା’ ଉପରେ ବି ଗୁରୁତ୍ଵ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story