ବିକିବାକୁ ନେଉଥିଲେ; ପୁଲିସ୍‌ ହାବୁଡ଼ରେ ପଡ଼ିଗଲେ

ଦେଓଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା ଚଟିବର ଘାଟିରୁ ଦେଢ଼ ମିଟର ଲମ୍ୱର ଏକ କଲରାପତରିଆ ବାଘର ଛାଲ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ବୋଲେରୋ, ଗୋଟିଏ ବାଇକ୍‌ ଓ ମୋବାଇଲ୍‌ ଜବତ କରିଛି। ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ସତ୍ୟରଞ୍ଜନ କିସାନ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳର […]

tigher-skin..

tigher-skin..

Tapaswini Nayak
  • Published: Tuesday, 24 September 2019
  • Updated: 24 September 2019, 02:39 PM IST

ଦେଓଗଡ଼(ଓଡ଼ିଶା ରିପୋର୍ଟର): ଦେବଗଡ଼ ଜିଲ୍ଲା ଚଟିବର ଘାଟିରୁ ଦେଢ଼ ମିଟର ଲମ୍ୱର ଏକ କଲରାପତରିଆ ବାଘର ଛାଲ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ବୋଲେରୋ, ଗୋଟିଏ ବାଇକ୍‌ ଓ ମୋବାଇଲ୍‌ ଜବତ କରିଛି।

ଅଭିଯୁକ୍ତମାନେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳର ସତ୍ୟରଞ୍ଜନ କିସାନ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳର ସନାତନ ଲୁହୁରା, ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ ପାଳକୁଦର ଗାଁର ଦେବେନ୍ଦ୍ର ରଣଚୁଳିଆ, ଦେବଗଡ଼ ଥାନା ଅନ୍ତର୍ଗତ ପଳସାକୁଦର ଗାଁର ବିମ୍ୱାଧର ଉଦାବର ଓ ରାଜେଶ ବେହେରା ଏବଂ ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡା ସାହିର ନିତେଶ ଇନ୍ଦୁଆର।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅଞ୍ଚଳରୁ ଏକ ବୋଲେରୋ ଯୋଗେ କଲରାପତରିଆ ବାଘର ଛାଲ ସମ୍ୱଲପୁର ଅଞ୍ଚଳକୁ ଚୋରା ଚାଲଣ ହେଉଥିବା ନେଇ ଦେବଗଡ଼ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଏହା ପରେ ଦେବଗଡ଼ ବନଖଣ୍ଡ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଚଟିବର ଘାଟିରେ ଜଗି ରହିଥିଲେ। ଉକ୍ତ ବଲେରୋଟି ସେଠାରେ ପହଞ୍ଚିବା ପରେ ବନ ବିଭାଗର କର୍ମଚାରୀ ତାକୁ ଅଟକାଇ ଯାଞ୍ଚ କରିଥିଲେ ଓ ଉକ୍ତ ବାଘ ଛାଲ ଜବତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos