କୂଅରେ ପଡ଼ି ୬ବର୍ଷର ଶିଶୁ ମୃତ

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ତାଲପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କୂଅରେ ପଡ଼ି ଏକ ୬ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତ ପିଲାଟିର ନାଁ ଜିତେନ୍ଦ୍ର ମାଝୀ। ତାଙ୍କ ଘର ଝାରବନ୍ଧ ଗାଁରେ। ସୂଚନା ଅନୁଯାୟୀ, ଜିତେନ୍ଦ୍ର କିଛି ଦିନ ହେବ ତାଙ୍କ ମାମୁ ଘର ଗାଁ ତାଲପଦରକୁ ବୁଲିବାକୁ ଆସିଥିଲେ। ଗତକାଲି ସେ କିଛି ପିଲାଙ୍କ ସହ କୂଅ ପାଖରେ ଖେଳୁଥିଲେ। ଖେଳୁ ଖେଳୁ ସେ […]

nuapada00

nuapada00

Tapaswini Nayak
  • Published: Tuesday, 29 October 2019
  • Updated: 29 October 2019, 02:46 PM IST

Sports

Latest News

ନୂଆପଡ଼ା (ମାୟାଧର ସରାଫ): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ତାଲପଦର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କୂଅରେ ପଡ଼ି ଏକ ୬ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତ ପିଲାଟିର ନାଁ ଜିତେନ୍ଦ୍ର ମାଝୀ। ତାଙ୍କ ଘର ଝାରବନ୍ଧ ଗାଁରେ।

ସୂଚନା ଅନୁଯାୟୀ, ଜିତେନ୍ଦ୍ର କିଛି ଦିନ ହେବ ତାଙ୍କ ମାମୁ ଘର ଗାଁ ତାଲପଦରକୁ ବୁଲିବାକୁ ଆସିଥିଲେ। ଗତକାଲି ସେ କିଛି ପିଲାଙ୍କ ସହ କୂଅ ପାଖରେ ଖେଳୁଥିଲେ। ଖେଳୁ ଖେଳୁ ସେ କୂଅରେ ଖସି ପଡ଼ିଥିଲେ। ଜିତେନ୍ଦ୍ରଙ୍କ ସାଙ୍ଗମାନେ ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଆସିଲା ଦେଖିଲା ବେଳକୁ ସେ କୂଅରେ ଭାସୁଥିଲା। ସିନାପାଲି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ କୂଅରୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos