ସ୍ମାର୍ଟ ସିଟି ଲ୍ୟାବ୍ ଯୋଜନା ଶୁଭାରମ୍ଭ

ଭୁବନେଶ୍ୱର: ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବାକୁ ବିଏମସି ପକ୍ଷରୁ ସ୍ମାର୍ଟ ସିଟି ଲ୍ୟାବ୍ ଯୋଜନା ଶୁଭାରମ୍ଭ କରାଯାଇଛି। ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ଏହି ଲ୍ୟାବ୍ ରହିବ। ଏହାଦ୍ୱାରା ବସ୍ତିବାସିନ୍ଦା, ସାଧାରଣ ତଥା ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ସ୍ମାର୍ଟ ସିଟି ଭୁବନେଶ୍ୱରର ବ୍ରାଣ୍ଡ ଆମ୍ୱାସାଡାର କରାଯାଇଥିଲା।