ସ୍ମାର୍ଟ ସିଟି ପରେ ସ୍ମାର୍ଟ ଡିଷ୍ଟ୍ରିକ୍ଟ ଚୟନକୁ ନେଇ ବିବାଦ: ରାଜଧାନୀର ଏକାମ୍ର ଓ ଉତ୍ତର ନିର୍ବାଚନ ମଣ୍ଡଳୀ ମଧ୍ୟରେ ଟଣାଓଟରା

ଭୁବନେଶ୍ୱର: ସ୍ମାର୍ଟ ସିଟିରେ କାହାକୁ କରାଯିବ ସ୍ମାର୍ଟ ଡିଷ୍ଟ୍ରିକ୍ଟ। ଭୁବନେଶ୍ୱରର ରାଜଧାନୀର କେଉଁ ଦୁଇଟି ଅଞ୍ଚଳକୁ ସ୍ମାର୍ଟ ଡିଷ୍ଟ୍ରିକ୍ଟର ମାନ୍ୟତା ଦିଆଯିବ। ଏନେଇ ବିଏମସି ପକ୍ଷରୁ ଜନମତ ସଂଗ୍ରହ କରାଯାଇଥିଲା। ତାଲିକାରେ ଥିବା ୭ଟି ଅଞ୍ଚଳ ମଧ୍ୟରୁ ପ୍ରଥମରେ ଟାଉନ୍ ସେଣ୍ଟର ଓ ଦ୍ୱିତୀୟରେ ରହିଛି ଇନଫୋସିଟି ଡିଷ୍ଟ୍ରିକ୍ଟ। ମାତ୍ର ଏବେ ଇନ୍ଫେ।ସିଟି ଡିଷ୍ଟ୍ରିକ୍ଟକୁ ଟକ୍କର ଦେଉଛି ଚତୁର୍ଥ ସ୍ଥାନରେ ଥିବା ହେରିଟେଜ୍ ଡିଷ୍ଟ୍ରିକ୍ଟ। ଏକାମ୍ର ନିର୍ବାଚନ ମଣ୍ଡଳୀରେ ଆସୁଥିବା ହେରିଟେଜ୍ ଡିଷ୍ଟ୍ରିକ୍ଟକୁ ସ୍ମାର୍ଟ ଡିଷ୍ଟ୍ରିକ୍ଟ କରିବାକୁ ବି ଦାବି ହୋଇଛି। ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ। ନିୟମ ଅନୁଯାୟୀ ଡିଷ୍ଟ୍ରିକ୍ଟ ଚୟନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ଭୁବନେଶ୍ୱରର ଏକାମ୍ର ବିଧାୟକ ତଥା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ଯେ କେବଳ ଭୋଟିଂ ପର୍ଯ୍ୟାପ୍ତ ନୁହେଁ। ସ୍ମାର୍ଟ ଡିଷ୍ଟ୍ରିକ୍ଟ ପାଇଁ ଆଉ ଦୁଇଟି ଫ୍ୟାକ୍ଟର ବି ରହିଛି। ଯେଉଁ ପଟରେ ସେହି ଦୁଇ ଫ୍ୟାକ୍ଟରର ଓଜନ ଅଧିକ ରହିବ ତାହା ସ୍ମାର୍ଟ ଡିଷ୍ଟ୍ରିକରେ ସାମିଲ ହେବ।

ଅନ୍ୟପକ୍ଷରେ ଭୁବନେଶ୍ୱର ଉତ୍ତର ବିଧାୟକ କହିଛନ୍ତି ଯେ ଭୋଟିଂ ଅନୁଯାୟୀ ଇନଫୋସିଟି ଅଞ୍ଚଳକୁ ସ୍ମାର୍ଟ ଡିଷ୍ଟ୍ରିକ୍ଟରେ ସାମିଲ କରିବାକୁ ଦ୍ୱିତୀୟ ସର୍ବାଧିକ ଅଧିକ ମତ ମିଳିଛି। ଏ ଅଞ୍ଚଳଟି ସ୍ମାଟ୍ ଡିଷ୍ଟ୍ରିକ୍ଟ ହେଲେ ଭୁବନେଶ୍ୱରର ବିକାଶରେ ବହୁଳ ଭାବେ ସହାୟକ ହେବ।

ଭୁବନେଶ୍ୱ ମଧ୍ୟ ନିର୍ବାଚନ ମଣ୍ଡଳୀ ବିଧାୟକ ବିଜୟ ମହାନ୍ତି କହିଛନ୍ତି ଯେ ଭୋଟିଂ ସହିତ ଯେଉଁ ଅଞ୍ଚଳଗୁଡ଼ିକ କ୍ରାଇଟେରିଆ ପୂରଣ କରୁଛନ୍ତି ସେଗୁଡ଼ିକୁ ସ୍ମାର୍ଟ ଡିଷ୍ଟ୍ରକ୍ଟ ହେବା ଉଚିତ୍। ସେଥିରେ କୌଣସି ବ୍ୟକ୍ତି କିଛି କହିବାରେ କିଛି ବି ଗୁରୁତ୍ୱ ନାହିଁ।

ବିଏମସି ପକ୍ଷରୁ ହୋଇଥିବା ସ୍ମାର୍ଟ ଡିଷ୍ଟ୍ରିକ୍ଟ ଜନମତରେ ମୋଟ୍ ୨ ଲକ୍ଷ ୭୫ ହଜାର ୨୨ ଜଣ ଭାଗ ନେଇଥିଲେ। ତେବେ ଇନ୍ଫେ।ସିଟି ଅଞ୍ଚଳର ଅଧିକାଂଶ ଅଞ୍ଚଳ ଇଡକୋକୁ ଦିଆଯାଇଛି। ତେଣୁ ଇଡକୋ ହିଁ ଏହାର ବିକାଶ କରିବ ବୋଲି ବିଏମସି ଯୁକ୍ତି ରଖୁଛି। ମାତ୍ର ମେୟର ଅନନ୍ତ ନାରାୟଣ ଜେନାଙ୍କ କହିବା ହେଲା ସ୍ମାର୍ଟ ସିଟି ପାଇଁ ଥିବା କ୍ରାଇଟେରିଆକୁ ଦୃଷ୍ଟିରେ ରଖି ଚୂଡାନ୍ତ ନିଷ୍ପତ୍ତି ନିଆଯିବ।