ଏଣିକି ସ୍ମାର୍ଟ ଡ୍ରାଇଭିଂ ଲାଇସେନ୍ସ ଓ ଆରସି, ପହିଲାରୁ ଇ-ଚାଲାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟ୍ରାଫିକ ଆଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଏଣିକି ଗାଡ଼ି ଚାଳକମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଓ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (ଆରସି) ସ୍ମାର୍ଟକାର୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଡିଏଲ୍ ଓ ଆରସି ଏଣିକି ସ୍ମାର୍ଟକାର୍ଡ ଭଳି ଉପଲବ୍ଧ ହେବ ଯେଉଁଥିରେ କି ଏଣିକି ପ୍ରତ୍ୟେକ ଗାଡ଼ିଚାଳକଙ୍କ ସମ୍ପର୍କିତ ୧୦ବର୍ଷର ସମସ୍ତ ବିବରଣୀ ରହିବ । ଉକ୍ତ ସ୍ମାର୍ଟକାର୍ଡକୁ ଚେକିଂ ସମୟରେ ଡିଭାଇସ୍ […]

42f

42f

Tapas Behera
  • Published: Tuesday, 24 September 2019
  • Updated: 24 September 2019, 08:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟ୍ରାଫିକ ଆଇନକୁ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେଉଥିବାବେଳେ ଏଣିକି ଗାଡ଼ି ଚାଳକମାନଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ଓ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ (ଆରସି) ସ୍ମାର୍ଟକାର୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଡିଏଲ୍ ଓ ଆରସି ଏଣିକି ସ୍ମାର୍ଟକାର୍ଡ ଭଳି ଉପଲବ୍ଧ ହେବ ଯେଉଁଥିରେ କି ଏଣିକି ପ୍ରତ୍ୟେକ ଗାଡ଼ିଚାଳକଙ୍କ ସମ୍ପର୍କିତ ୧୦ବର୍ଷର ସମସ୍ତ ବିବରଣୀ ରହିବ ।

ଉକ୍ତ ସ୍ମାର୍ଟକାର୍ଡକୁ ଚେକିଂ ସମୟରେ ଡିଭାଇସ୍ ସହାୟତାରେ ଯେକୌଣସି ସ୍ଥାନରେ ପୁଲିସ୍ ଓ ଆରଟିଓ କର୍ତ୍ତୃପକ୍ଷ ଯାଞ୍ଚ କରିପାରିବେ । ବ୍ୟାଙ୍କରୁ ମିଳୁଥିବା ଡେବିଟ୍ ଓ କ୍ରେଡିଟ୍ କାର୍ଡ ଭଳି ଏହି ସ୍ମାର୍ଟକାର୍ଡ ହେବ । ଏହି ସ୍ମାର୍ଟକାର୍ଡ ସମ୍ପର୍କରେ ନିଷ୍ପତ୍ତି  ନେବାପାଇଁ ରାଜ୍ୟ ସରକାର ୫ଜଣିଆ କମିଟି ଗଠନ କରିଥିବାବେଳେ ସ୍ମାର୍ଟକାର୍ଡ ପ୍ରସ୍ତୁତ ଦାୟିତ୍ୱ ମେସର୍ସ ସ୍ମାର୍ଟର୍ଚିପ୍ ପ୍ରାଃ ଲିମିଟେଡକୁ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି।

କେବଳ ସେତିକି ନୁହେଁ ଟ୍ରାଫିକ ଉଲ୍ଲଘଂନକାରୀଙ୍କଠୁ ଜୋରିମାନା ଆଦାୟ ପାଇଁ ଇ-ଚାଲାଣକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଛି। ଚଳିତମାସ ୩୦ ତାରିଖ ପରେ ପୁଲିସ୍  କିମ୍ବା ଆରଟିଓ କର୍ତ୍ତୃପକ୍ଷ ରସିଦ୍ କାଟି ଚାଲାଣ ନେଇପାରିବେ ନାହିଁ ।
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ମୋଟରଯାନ ସଂଶୋଧନ ଆଇନ ଅନୁସାରେ ରାଜ୍ୟ ସରକାର ସ୍ମାର୍ଟଚିପ୍ ସମ୍ବଳିତ ଡିଏଲ୍ ଓ ଆରସି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଚିପଯୁକ୍ତ ସ୍ମାର୍ଟ ଡିଏଲ୍ ଓ ଆରସି ପ୍ରସ୍ତୁତି ସମ୍ପର୍କରେ ଆବଶ୍ୟକ ମୋଡାଲିଟି ନିର୍ଦ୍ଧାରଣ ସହ ଏହି କାର୍ଡ ଉପଲବ୍ଧ କରିବା ଦାୟିତ୍ୱ ସ୍ମାର୍ଟଚିପ୍ କମ୍ପାନୀକୁ ନ୍ୟସ୍ତ ହୋଇଛି। ଏହି ଚିପ୍ ସମ୍ବଳିତ ଡିଏଲରେ ଜଣେ ଗାଡ଼ିଚାଳକ ସମ୍ପର୍କିତ ମୋଟ ୨୬ଟି ତଥ୍ୟ ରହିବ। କାର୍ଡର ସମ୍ମୁଖ ଭାଗରେ ୧୭ଟି ଓ ପଛଭାଗରେ ୯ଟି ତଥ୍ୟ ରହିବ। ଏହି କାର୍ଡରେ ଗାଡ଼ିଚାଳକଙ୍କ ଟିକିନିଖି ତଥ୍ୟ ରହିବା ସହ କେବେ କେଉଁଠି ଟ୍ରାଫିକ ନିୟମ ଭାଙ୍ଗିଛନ୍ତି ତା’ର ଡିଜିଟାଲ ତଥ୍ୟ ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ। ପ୍ରାୟ ୧୦ବର୍ଷର ତଥ୍ୟ ଏହି ସ୍ମାର୍ଟକାର୍ଡରୁ ସହଜରେ ଜଣାପଡ଼ିବ। ସେହିପରି ଆରସିରେ ମୋଟ ୨୫ଟି ତଥ୍ୟ ରହିବ।

ଏହି ସ୍ମାର୍ଟକାର୍ଡକୁ ଭାରତର ଯେକୌଣସି ସ୍ଥାନରେ ଟ୍ରାଫିକ ଅଧିକାରୀମାନେ ବ୍ୟବହାର କରୁଥିବା କାର୍ଡ ରିଡର ମେସିନରେ ସହଜରେ ଯାଂଚ କରାଯାଇପାରିବ।
ଏହି ସ୍ମାର୍ଟକାର୍ଡ ଜାରି କରିବା ପୂର୍ବରୁ ରାଜ୍ୟ ସରକାର ଗାଡ଼ିଚାଳକଙ୍କ ଲର୍ଣ୍ଣର ଲାଇସେନ୍ସ ପ୍ରକ୍ରିୟାକୁ ଶତପ୍ରତିଶତ ଅନଲାଇନରେ ଉପଲବ୍ଧ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ଗାଁ ଗହଳିରେ ଥିବା କମନ ସର୍ଭିସ ସେଣ୍ଟର(ସିଏସଓ)ରେ  ।ଡ଼ିଚାଳକଙ୍କୁ ମିଳିପାରିବ। ଏହି ସିଏସଓଗୁଡ଼ିକରେ ଆବେଦନକାରୀ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକ ଦସ୍ତାବିଜକୁ ଅପଲୋଡ୍ କରିପାରିବେ।

ରାଜ୍ୟର ଯେକୌଣସି ସ୍ଥାନରେ ଜଣେ ଆବେଦନକାରୀ ଡ୍ରାଇଭିଂ ଟେଷ୍ଟ୍ ମଧ୍ୟ ଦେଇପାରିବେ। ସେଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଅତିକମରେ ଗୋଟିଏ ଲେଖାଏ ସ୍ୱୟଂକ୍ରିୟ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ ସ୍ଥାପନ ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଗାଡ଼ିର ମାଲିକାନସତ୍ତ୍ୱ ପରିବର୍ତ୍ତନ ପାଇଁ ଆଉ ଆରଟିଓ ଅଫିସକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଆଧାର କାର୍ଡ ମାଧ୍ୟମରେ ଉଭୟ ଗାଡ଼ି ବିକ୍ରେତା ଓ କ୍ରେତା ଅନଲାଇନରେ ନିଜର ଗାଡ଼ିର ମାଲିକାନା ହସ୍ତାନ୍ତର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos