ସିଏମସି ମେୟର ନିର୍ବାଚନ: ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା କଟକ ନଗର କଂଗ୍ରେସ

ଭୁବନେଶ୍ୱର: କଟକ ମେୟର ନିର୍ବାଚନ ଶୀଘ୍ର କରିବା ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବି ଜଣାଇଛି କଂଗ୍ରେସ। କଟକ ନଗର କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏହି ଟିମ୍ ଶନିବାର ନିର୍ବାଚନ କମିଶନର ରବି ନାରାୟଣ ସେନାପତିଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି। କଟକର ଦୁଇ ବିଜେଡି ବିଧାୟକ ଦେବାଶିଷ  ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁଁ ମେୟର ନିର୍ବାଚନରେ ବିଳମ୍ୱ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ନିର୍ବାଚନ କମିଶନ […]

election

election

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 09:50 AM IST

Sports

Latest News

congressଭୁବନେଶ୍ୱର: କଟକ ମେୟର ନିର୍ବାଚନ ଶୀଘ୍ର କରିବା ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବି ଜଣାଇଛି କଂଗ୍ରେସ। କଟକ ନଗର କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏହି ଟିମ୍ ଶନିବାର ନିର୍ବାଚନ କମିଶନର ରବି ନାରାୟଣ ସେନାପତିଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି।

କଟକର ଦୁଇ ବିଜେଡି ବିଧାୟକ ଦେବାଶିଷ  ସାମନ୍ତରାୟ ଓ ପ୍ରଭାତ ବିଶ୍ୱାଳଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଯୋଗୁଁ ମେୟର ନିର୍ବାଚନରେ ବିଳମ୍ୱ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି। ତେଣୁ ନିର୍ବାଚନ କମିଶନ ଏ ମାମଲାରେ ତୁରନ୍ତ ହସ୍ତକ୍ଷପ କରିବାକୁ ଦାବି କରିଛି କଂଗ୍ରେସ।

କଂଗ୍ରେସର ଏହି ଅଭିଯୋଗକୁ ପ୍ରଭାତ ବିଶ୍ୱାଳ କହିଛନ୍ତି, ‘ଦେବାଶିଷ ସାମନ୍ତରାୟଙ୍କ ସହ ମୋର କୌଣସି ଦିନ ମତଭେଦ ନ ଥିଲା ଏବଂ କେବେ ମଧ୍ୟ ମତ ଭେଦ ହେବ ନାହିଁ।’

ରାସନ କାର୍ଡ ତାଲିକାରେ ମେୟର ଅନୀତା ବେହେରାଙ୍କ ନାଁ ରହିଥିବା ଅଭିଯୋଗ ଆସିବା ପରେ ସେ ମେୟର ପଦବୀ ସହିତ କର୍ପୋରେଟର ପଦବୀରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos