ସିଏମସିରେ ରାସନକାର୍ଡ ଘୋଟାଲା ପ୍ରସଙ୍ଗ: ୭ କର୍ପୋରେଟର ଓ ୨ ପୂର୍ବତନ କର୍ପୋରେଟରଙ୍କ କାର୍ଡ ରଦ୍ଦ

କଟକ: କଟକ ମହାନଗର ନିଗମ ରାସନକାର୍ଡ ଘୋଟାଲା ପ୍ରସଙ୍ଗରେ ଗୁରୁବାର ପୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିଏମସିର ୭ ଜଣ କର୍ପୋରେଟର ଓ ୨ ଜଣ ପୂର୍ବତନ କର୍ପୋରେଟରଙ୍କ କାର୍ଡକୁ ରଦ୍ଦ କରି ଦିଆଯାଇଛି। ସାଧାରଣ ବର୍ଗରେ ମଧ୍ୟ ୪୬ କାର୍ଡ ରଦ୍ଦ ହୋଇଥିବା ସୂଚନା ମିଳିଛି।

ବୁଧବାର ଏ ନେଇ ସିଏମସି କମିଶନର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ରାସନ କାର୍ଡ ତାଲିକାରେ ମେୟରଙ୍କ ନାଁ ଥିବା ମାମଲାରେ ପୂର୍ବରୁ ସିଏମସିର ପୂର୍ବତନ ଅତିରିକ୍ତ କମିଶନର୍, ଜଣେ ସିଏମସି କର୍ମଚାରୀ ଓ ଅନ୍ୟଜଣେ ହାଇସ୍କୁଲ ଶିକ୍ଷକଙ୍କୁ ନିଲମ୍ୱନ କରାଯାଇଛି।