ଫେକ୍ ପ୍ଲେସମେଣ୍ଟ: ଆଇଟିଇଆର ବିରୋଧରେ କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ , ପ୍ରଶ୍ନ ଉଠାଇଲା ଛାତ୍ର କଂଗ୍ରେସ 

ଭୁବନେଶ୍ୱର: ଫେକ୍ ପ୍ଲେସମେଣ୍ଟ ଦେଇ ୪୧୪ ପିଲାଙ୍କୁ ଠକିଥିବା ITER କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି ହେଉନି କାଯର୍ୟାନୁଷ୍ଠାନ?  ରାଜ୍ୟ ସରକାର ଏ ଘଟଣାରେ ନିରବ ରହିଥିବା ବେଳେ ପୋଲିସ କେବଳ ଦୁଇ ଜଣଙ୍କୁ ଗିରଫ କରିବା ପରେ କାହିଁକି ହାତ ଟେକି ଦେଇଛି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ । ଶହ ଶହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ କଲେଜ କର୍ତ୍ତୃପକ୍ଷ ଖେଳ ଖେଳିଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ ।

ଏହି ଘଟଣାରେ ପୋଲିସ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ ଓ ଦଲାଲଙ୍କୁ ଗିରଫ କରି ଚୁପ୍ ବସିଛି । ଏଇ ଠକେଇ ଘଟଣାରେ ବିଶ୍ୱବିଦ୍ୟାଳୟ ମାଲିକ ମନୋଜ ନାୟକଙ୍କୁ ତୁରନ୍ତ ଗିରଫ ପାଇଁ ବି ଦାବି କରିଛି ଛାତ୍ର କଂଗ୍ରେସ।  ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ଇତୀଶ ପ୍ରଧାନ ଏହି ଦାବି କରିଛନ୍ତି । ଦାବି ପୂରଣ ନହେଲେ ଆସନ୍ତା ୨୩ ତାରିଖରେ କମିଶନରେଟ ପୋଲିସ କାର୍ୟାଳୟ ଘେରାଉ କରାଯିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।