ସୋସିଆଲ୍ ମିଡିଆରେ ଭୁବନେଶ୍ୱର ନମ୍ୱର ୱାନ୍

ଭୁବନେଶ୍ୱର:ସୋସିଆଲ୍ ମିଡିଆରେ ଭୁବନେଶ୍ୱର ନମ୍ୱର ୱାନ୍। ବିଏମସି ପକ୍ଷରୁ ଫେସବୁକରେ ଭୁବନେଶ୍ୱର ସ୍ମାର୍ଟ ସିଟିର ଏକ ପେଜ୍ ଖୋଲାଯାଇଛି। ସାରାଦେଶରେ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଥିବା ସହରଗୁଡିକ ଫେସବୁକ ପେଜ ଖୋଲିଛନ୍ତି। ତେବେ ଗତ ସପ୍ତାହରେ ଭୁବନେଶ୍ୱର ପେଜକୁ ସର୍ବାଧିକ ଲାଇକ୍ କରାଯାଇଛି। ଏହାସହ ଅନ୍ ଲାଇନ୍ ଭୋଟିଂରେ ଭୁବନେଶ୍ୱର ମଧ୍ୟ ଆଗରେ ରହିଛି ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର। ଫଳରେ ପ୍ରଥମ ପର୍ଯ୍ୟାୟରେ ସ୍ମାର୍ଟସିଟିରେ ସ୍ଥାନ ପାଇବା ଲାଗି ଅଧିକ ସମ୍ଭାବନା ସୃଷ୍ଟି ହୋଇଥିବା ବିଏମସି ଆଶା ରଖିଛି। ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱର ପେଜକୁ ୨୪ ହଜାରରୁ ଅଧିକ ଲାଇକ୍ ମିଳିଛି। ସୋସିଆଲ୍ ମିଡିଆ ଓ ଅନ୍ ଲାଇନ୍ ଭୋଟିଂରେ ୩୦ ପ୍ରତିଶତ ମାର୍କ ଥିବାବେଳେ ସ୍ମାର୍ଟ ସିଟି ପାଇଁ ରିପୋର୍ଟ ଲାଗି ବାକି ୭୦ ପ୍ରତିଶତ ମାର୍କ ରହିଛି ବୋଲି କହିଛନ୍ତି ଟାଉନ୍ ପ୍ଲାନର୍ ପୀୟୁଷ ରାଉତ। ଅନ୍ୟପକ୍ଷରେ ସିଟିଜେନ୍ କନେକଟିଭିଟି କାର୍ଯ୍ୟକ୍ରମ ସହ ସୋସିଆଲ୍ ମିଡିଆକୁ ଅଧିକ ଗୁରୁତ୍ୱ ଦେଉଛି ବିଏମସି।