ଜାରି ରହିବ କୋହଲା ପାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛି ଦିନ ହେବ କୋହଲା ପାଗ ସାଙ୍ଗକୁ ବର୍ଷା ଲାଗି ରହିଛି। ଆଜି ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ଏନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ  ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି  ବି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇବ। ମେଘୁଆ ପାଗ ଯୋଗୁ ଧାନ ଓ ପନିପରିବା ଜାତୀୟ ଚାଷରେ ରୋଗପୋକ ବୃଦ୍ଧି ହେବାର ସମ୍ଭାବନା ରହିଛି।  ଆଗାମୀ ୩ରୁ ୪ ଦିନ ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ହେବାର ସମ୍ଭାବନା ନାହିଁ ।

ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି। ଅମଳ କରିବା ଆଗରୁ ପାଣି ପଶି ଫସଲ ନଷ୍ଟ ହୋଇଯାଇଛି।  ଏକରଏକର ଧାନ ଫସଲ ପାଣିରେ ବୁଡ଼ି ରହିଛି। କେବଳ ଧାନ ନୁହେଁ ପନିପରିବା ମଧ୍ୟ ବର୍ଷା ଯୋଗୁଁ ନଷ୍ଟ ହୋଇଯାଇଛି। ଧାନ ଚାଷ ଉପରେ ନିର୍ଭର କରୁଥିବା ଶହ ଶହ ଚାଷୀ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।