ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ ସାପକଣ୍ଟା ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ପୁଅ ଦାସ ମୁଣ୍ଡା ଓ ବାପା ବିରିଙ୍କ ମଧ୍ୟରେ ସାମାନ୍ୟ ବଚସାରୁ ଝଗଡ଼ା ହୋଇଥିଲା। ତେବେ ବାପା ରାଗି ଯାଇ ପୁଅକୁ ପିଟିବାକୁ ବାଡ଼ି ଉଠାଇଥିଲେ। ଏହି ସମୟରେ ପାଖରେ ପଡିଥିବା ଏକ ଠେଙ୍ଗାରେ ପୁଅ ବାପାଙ୍କୁ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ହେଲେ ଗୁରୁତର ଅବସ୍ଥାରେ ବିରି ମୁଣ୍ଡାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ପୁଅ ଦାସ ମୁଣ୍ଡାକୁ ଗିରଫ କରିଛି।