ବାଲେଶ୍ୱର(ଶଶୀକାନ୍ତି ବେହେରା): ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏକ ଅଭାବନୀୟ କାଣ୍ଡ ଘଟିଛି। ବାପ ପୁଅଙ୍କ ମଧ୍ୟରେ ହୋଇଥିବା ସାମାନ୍ୟ ବଚସାରୁ ବାପାଙ୍କ ଜୀବନ ଗଲା। ଉତ୍ତ୍ୟକ୍ତ ପୁଅର ଭୁଜାଲି ଚୋଟରେ ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ବାପା। ମୃତକ ହେଲେ ଜୟକୃଷ୍ଣ ମଲ୍ଲିକ। ଅଭିଯୁକ୍ତ ପୁଅ ଶରତ ମଲ୍ଲିକ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି।
ସୋର ଟେଣ୍ଟେଇ ବେହେରା ସାହିର ଜୟକୃଷ୍ଣଙ୍କ ସହ ପୁଅ ଶରତର କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏହାପରେ ଶରତ ଉତ୍ତ୍ୟକ୍ତ ହୋଇ ବାପାଙ୍କ ଛାତି ଓ ବେକକୁ ଭୁଜାଲିରେ ହାଣି ଦେଇଥିଲା । ଘଟଣାସ୍ଥଳରେ ହିଁ ଜୟକୃଷ୍ଣଙ୍କ ମୃତ୍ୟୁ ଘଟିଥିଲା। ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆସିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
ବୈଷୟିକ ରିପୋର୍ଟ ହସ୍ତଗତ ହୋଇ ସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ।
Miscellaneous
ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ-୧୯୮୯ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି ।
Politics
ଯାଜପୁର କଳିରେ ଲମ୍ଫ ମାରିଲେ ପ୍ରମିଳା; ପ୍ରତି ଆକ୍ରମଣ କଲେ ହିମାଂଶୁ
ହିମାଂଶୁ-ଲଲ-ବବି କଳିରେ ଏଣ୍ଟ୍ରୀ ମାରି ଗଣମାଧ୍ୟମରେ ପ୍ରମିଳା କହିଥିଲେ, ଧର୍ମଶାଳା ବିଧାୟକ ମିଛ କହୁଛନ୍ତି। ଗାଡିରୁ ସେ ଓହ୍ଲାଇ ନାହାଁନ୍ତି। ତାଙ୍କୁ କିଏ ଆକ୍ରମଣ କଲା
Special
ଅପେକ୍ଷା କରିଥିଲେ ପ୍ରେମିକା! ଜେଲ୍ରୁ ଆସି ବାହାହେଲେ
ପରିବାର ଲୋକଙ୍କ ବାରଣ ଯୋଗୁ ପୂର୍ଣ୍ଣିମାଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଲେ ଶୁକଦେବ। ପୂର୍ଣ୍ଣିମା ଫୋନ୍ କଲେ ସେ ଉଠାଉନଥିଲେ। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ପୂର୍ଣ୍ଣିମା।