ବେଲାର ଖଣ୍ଡାୟତ ହତ୍ୟାକାଣ୍ଡର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବିରେ ୧୨ ଘଣ୍ଟିଆ ବିନିକା ବନ୍ଦ

ସୋନପୁର: ବେଲାର ଖଣ୍ଡାୟତ ନାମକ ଜଣେ ଯୁବକଙ୍କ ହତ୍ୟା ଘଟଣାର କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ ଦାବିରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବିନିକା ସଚେତନ ନାଗରିକ ମଞ୍ଚର ଡାକରାରେ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ୍ ଓ କଲେଜ ଆଦି ସଂପୂର୍ଣ୍ଣ ବନ୍ଦ ରହିଛି। କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ […]

binika

binika

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 12:04 PM IST

ସୋନପୁର: ବେଲାର ଖଣ୍ଡାୟତ ନାମକ ଜଣେ ଯୁବକଙ୍କ ହତ୍ୟା ଘଟଣାର କ୍ରାଇମ୍‌ବ୍ରାଞ୍ଚ୍ ତଦନ୍ତ ଦାବିରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବିନିକା ସଚେତନ ନାଗରିକ ମଞ୍ଚର ଡାକରାରେ ଏହି ବନ୍ଦ ପାଳନ କରାଯାଉଛି। ଫଳରେ ଦୋକାନ ବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ୍ ଓ କଲେଜ ଆଦି ସଂପୂର୍ଣ୍ଣ ବନ୍ଦ ରହିଛି। କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ୍ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମୃତ ବେଲାରଙ୍କ ପରିବାର ପକ୍ଷରୁ ସ୍ଥାନୀୟ ତହସିଲ ଅଫିସ୍ ସମ୍ମୁଖରେ ଆମରଣ ଅନଶନ ମଧ୍ୟ ଆରମ୍ଭ କରାଯାଇଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ। ତେବେ ପୋଲିସ୍ ଏହାକୁ ଅତି ହାଲ୍‌କା ଭାବେ ନେଉଛି। ପୋଲିସ୍ ଏ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରି ନାହିଁ।

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ବିନିକା ଗଉଡ଼ ପଡ଼ାର ବେଲାରଙ୍କ ମୃତଦେହ ସିଂଘିଜୁବା ନିକଟରୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos