ସୋର: ୭ ବଖରା ଘର ପାଉଁଶ

ସୋର: ଆଜି ଅପରାହ୍ନରେ ସୋର ବ୍ଲକ ପାଖର ପଞ୍ଚାୟତ କରଞ୍ଜ ଗୋହିରୀ ଗାଁର ଜୟା ନାୟକଙ୍କ ୭ ବଖରା ଘର ପାଉଁଶ ହୋଇଯାଇଛି। ଖବର ପାଇ ସୋର ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ମାତ୍ର ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।