ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପୂରା ଓଡ଼ିଶାକୁ ଛୁଇଁଲା

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଜି ପୂରା ଓଡ଼ିଶାକୁ ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ରିଲିଜ୍‌ରେ କୁହାଯାଇଛି।

ମୌସୁମୀ ବାୟୁ ଗତକାଲି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାକୁ ସଂପୂର୍ଣ୍ଣ ଛୁଇଁ ଥିବା ବେଳେ କେନ୍ଦୁଝର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳକୁ ଛୁଇଁ ଥିଲା। ଆଜି ଏହା ଅନୁଗୋଳ, ନୟାଗଡ଼, ରାୟଗଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼ ଓ ବଲାଙ୍ଗିରକୁ ଛୁଇଁ ଥିବା ବେଳେ କେନ୍ଦୁଝର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାର ବାକି ଅଞ୍ଚଳକୁ ବି ଛୁଇଁଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆସନ୍ତା ପାଞ୍ଚ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ‘କରୋନା’ ସ୍ଥିତି ସାଂଘାତିକ

ସରକାରୀ ଥଇଥାନ କେନ୍ଦ୍ର ପାଲଟିଛି ନବୀନ ନିବାସ

ମହାମାରୀରେ ବି ଭୂମିହୀନ ଚାଷୀଙ୍କୁ ଭଣ୍ଡେଇବେ: ‘କାଳିଆ’ ପରେ ‘ବଳରାମ’

୪୦ ବର୍ଷ ପରେ…ବାଘୁଣୀ ଖଇରୀକୁ ଝୁରୁଛି ମା ନିହାର ନଳିନୀ

ବର୍ଷକର ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା

କେଉଁ ବିଭାଗ ପାଇଁ ଲାଗୁ ହେବନି ୫୦% କର୍ମଚାରୀ ନିୟମ?

ସମ‌୍‍ ହସ୍ପିଟାଲରେ ହେବ କୋଭିଡ ଭ୍ୟାକ୍‌ସିନ‌୍‍ର ପରୀକ୍ଷଣ

ମହଣ ମହଣ ସୁନାରେ ଝଲସୁଛନ୍ତି ୩ ଠାକୁର

କରୋନାରେ ଆସିଲା କରୁଣ କାହାଣୀ , ସ୍ୱାମୀ ସ୍ତ୍ରୀ ଚାଲିଗଲା ପରେ ଆସିଲା ଭଲ ଖବର

ଅଧିକ ଟ୍ରେନ୍ ଆସିବା ଉପରେ ଆପତ୍ତି ଉଠାଇଲା ଓଡ଼ିଶା

ସରକାର ଫେଲ୍ : ବିଧାନସଭା ଅଧିବେଶନ ଡାକିବାକୁ ଦାବି କଲା କଂଗ୍ରେସ

କରୋନା ସଂକ୍ରମିତ ବଢ଼ିଲେ ବି କଣ୍ଟ୍ରୋଲରୁମ୍ ବନ୍ଦ କଲା ଓଡ଼ିଶା