ବିଜେପିର କଂଗ୍ରେସ ମୁକ୍ତ ଓଡିଶା ବନାମ ବିଜେଡିର କଂଗ୍ରେସ ଯୁକ୍ତ ଅଭିଯାନ!

ଭୁବନେଶ୍ୱର(ଦେବଦତ୍ତ ରଥ):ଆଜି ବିଜେପି କରୁଛି ଉପବାସ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବଂ ବିଜେପିର ସମସ୍ତ ମନ୍ତ୍ରୀ, ସାଂସଦ ଦେଶର ବିଭିନ୍ନ ସ୍ଥାନରେ ଉପବାସ ଧାରଣା ଦେଉଛନ୍ତି। ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଦଳିତ ଆନ୍ଦୋଳନ ଘଟଣାରେ କରାଯାଇଥିବା ଉପବାସ କାଉଣ୍ଟରରେ ଏହି ଉପବାସ ରାଜନୀତି କରଯାଇଥିବା କୁହାଯାଉଥିବା ବେଳେ ବିରୋଧୀ ସଂସଦ ଚଲାଇ ନ ଦେବା ପ୍ରତିବାଦରେ ବିଜେପି ଏହି ଉପବାସ ପ୍ରତିବାଦ କରୁଛି। ସାରା ଦେଶ ପରି ଓଡ଼ିଶାରେ […]

e36f0fab-20fc-4d3c-9da7-f8ab5f2414de

e36f0fab-20fc-4d3c-9da7-f8ab5f2414de

Rakesh Mallick
  • Published: Thursday, 12 April 2018
  • Updated: 12 April 2018, 10:52 PM IST

ଭୁବନେଶ୍ୱର(ଦେବଦତ୍ତ ରଥ):ଆଜି ବିଜେପି କରୁଛି ଉପବାସ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଏବଂ ବିଜେପିର ସମସ୍ତ ମନ୍ତ୍ରୀ, ସାଂସଦ ଦେଶର ବିଭିନ୍ନ ସ୍ଥାନରେ ଉପବାସ ଧାରଣା ଦେଉଛନ୍ତି। ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଦଳିତ ଆନ୍ଦୋଳନ ଘଟଣାରେ କରାଯାଇଥିବା ଉପବାସ କାଉଣ୍ଟରରେ ଏହି ଉପବାସ ରାଜନୀତି କରଯାଇଥିବା କୁହାଯାଉଥିବା ବେଳେ ବିରୋଧୀ ସଂସଦ ଚଲାଇ ନ ଦେବା ପ୍ରତିବାଦରେ ବିଜେପି ଏହି ଉପବାସ ପ୍ରତିବାଦ କରୁଛି।

ସାରା ଦେଶ ପରି ଓଡ଼ିଶାରେ ମଧ୍ୟ ବିଜେପି ପାଳନ କରୁଛି ଉପବାସ। ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ସାମନାରେ ବିଜେପି ଉପବାସ ଧାରଣାରେ ବସିଥିଲା। ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓମ୍‌ ପ୍ରକାଶ ମାଥୁର ଏବଂ ଓଡିଶା ପ୍ରଭାରୀ ଅରୁଣ ସିଂ ଯୋଗ ଦେଇଥିଲେ। ଏହାସହ ଏହି ଉପବାସ ଧାରଣାରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା, ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ସମେତ ରାଜ୍ୟ ବିଜେପିର ଅନେକ ବରିଷ୍ଠ ନେତା,ନେତ୍ରୀ,ରାଜ୍ୟ ପଦାଧିକାରୀ,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ  ଯୋଗ ଦେଇଛନ୍ତି। ସେହିପରି ସୁନ୍ଦରଗଡ଼ଠାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ନେତୃତ୍ୱରେ ଉପବାସ ଧାରଣା ଆୟୋଜିତ ହୋଇଥିବା ବେଳେ ସମ୍ବଲପୁର ଏବଂ ଅନ୍ୟାନ୍ୟ କେତକ ସ୍ଥାନରେ ମଧ୍ୟ ବିଜେପି ଉପବାସ ପ୍ରତିବାଦର ଆୟୋଜନ କରିଛି।

ତେବେ ବିଜେପିର ଏହି ଉପବାସ ଓଡିଶା କ୍ଷେତ୍ରରେ ଉପହାସ ପରି ମନେ ହେଉଛି। ଅବଶ୍ୟ କେନ୍ଦ୍ରୀୟ ଯୋଜନା ଅନୁଯାୟୀ ଦେଶର ବିଭିନ୍ନ ରାଜ୍ୟରେ ଏବଂ ସେହି ପ୍ରକ୍ରିୟା ଅନୁଯାୟୀ ଓଡ଼ିଶାରେ ମଧ୍ୟ ବିଜେପି ଉପବାସ ପ୍ରତିବାଦ ପାଳନ କରିବା ଉଚିତ। କିନ୍ତୁ ଦେଖିବାକୁ ଗଲେ,ଏହି ଉପବାସରମାନେ ଓଡ଼ିଶା କ୍ଷେତ୍ରରେ ସେପରି କିଛି ନାହିଁ। କାରଣ ଏ ଉପବାସ ପ୍ରତିବାଦ ବିରୋଧୀ ଦଳ ଭିତରେ ମୁଖ୍ୟତଃ କଂଗ୍ରେସ ବିରୋଧରେ ହିଁ କରାଯାଉଛି। କାରଣ କଂଗ୍ରେସ ହିଁ ସଂସଦ ଚଲାଇ ନ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଓଡ଼ିଶାରେ ତ' କଂଗ୍ରେସ ଏବେ ପ୍ରାୟ ନାହିଁ କହିଲେ ଚଳିବ। ଏଣୁ କଂଗ୍ରେସରୁ ତ' ଲୋକସଭାରେ କେହି ସାଂସଦ ମଧ୍ୟ ନାହାଁନ୍ତି। ବିଜେପି କଷ୍ଟେ ମଷ୍ଟେ ଗୋଟିଏ ଏମ୍‌ପି ଜିତିଥିବା ବେଳେ ବାକି ୨୦ଟି ବିଜେଡି ପୋଛି ନେଇଛି। କଂଗ୍ରେସକୁ ଓଡ଼ିଶା ଲୋକେ ପ୍ରତ୍ୟାଖ୍ୟାନ କରି ସାରିଛନ୍ତି। ଏବଂ ଓଡ଼ିଶାରେ ମୋଦି ଲହର ଏଯାଏଁ କାମ କରିନି ଏବଂ ଲୋକେ ନବୀନଙ୍କୁ ହିଁ ପସନ୍ଦ କରି ରାଜ୍ୟ ଶାସନରେ ବସାଇଥିବା ବେଳେ ସଂସଦ ପାଇଁ ମଧ୍ୟ ନବୀନଙ୍କ ଉପରେ ଭରସା କରି ୨୦ଟି ବିଜେଡି ସାଂସଦ ଜିତାଇଛନ୍ତି। ତେଣୁ ବିଜେପି ଓଡ଼ିଶାରେ କଂଗ୍ରେସ ବିରୋଧରେ ଚିତ୍କାର କରି କଣ କହିବାକୁ ଚାହୁଁଛନ୍ତି? ବରଂ କଂଗ୍ରେସ ବିରୋଧରେ ଏପରି ଉପବାସ ପାଇଁ ବିଜେପି ଉପହାସର ପାତ୍ର ହେଉଛି। ମୋଦି ସିନା କଂଗ୍ରେସ ମୁକ୍ତ କଥା କହୁଛନ୍ତି, କିନ୍ତୁ ଓଡ଼ିଶାରେ ବୋଧେ ତାହା ନବୀନ କାର୍ଯ୍ୟକାରୀ କରୁଛନ୍ତି। କଂଗ୍ରେସ ମୁକ୍ତ ପ୍ରକ୍ରିୟା ଭିତରେ ସେ ଗୋଟେ ପରେ ଗୋଟେ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରି ସେମାନଙ୍କୁ ବିଜେଡି ଯୁକ୍ତ କରାଉଛନ୍ତି। ଏବଂ ଓଡିଶା ବିଜେପି ନେତାମାନେ ଏକ ଅବାସ୍ତବ କଳ୍ପନା ଭିତରେ ଅଛନ୍ତି। ଓଡ଼ିଶାରେ ଅସ୍ତିତ୍ୱ ନ ଥିବା କଂଗ୍ରେସ ବିରୋଧରେ ବିଜେପି ଅକାରଣେ ଆନ୍ଦୋଳନ କରୁଥିବା ବେଳେ  ବିଜେଡି ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କୁ ହାତେଇ ନେଉଛି। ତେଣେ ଏବେ ବିଧାନ ସଭାରେ ବିଜେଡି, ବିଜେପିକୁ ଟାର୍ଗେଟ କରିଥିବା ବେଳେ ମହାନଦୀ ଜଳ ବିବାଦ,କେନ୍ଦ୍ରୀୟ ଅବହେଳା ଆଦି ପରି ଅନେକ ଘଟଣା ନେଇ ବିଜେପିକୁ ଟାର୍ଗେଟ କରି ଆସୁଛି। ଏହାକୁ ଦେଖି ଓଡିଶାରେ କ୍ଷମତା ଦଖଲ ନେଇ ବିଜେପିର ସେପରି କିଛି ଯୋଜନା ଥିବା ପରି ଅନୁଭବ ହେଉନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story