ଚାଙ୍ଗୁ ବଜାଇ କମ୍ପାଇ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ସୌରା ଆଦିବାସୀଙ୍କ ନିଆରା ପରବ କାରଜ। ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ନେଇ କିଛି ବର୍ଷ ବ୍ୟବଧାନରେ ପାଳନ କରିଥାନ୍ତି ଏହି କାରଜ। ବିଶ୍ୱାସ ରହିଛି ପିତୃ ଲୋକ ସନ୍ତୁଷ୍ଟ ହେଲେ ଘରର ମଙ୍ଗଳ ହୋଇଥାଏ। ଏହି ପରବ ଗାଁର ସମସ୍ତ ପରିବାର ମିଶି ପାଳନ କରିଥାନ୍ତି। ଆଉ ଶେଷ ଦିନରେ ପାରମ୍ପରିକ ବାଦ୍ୟ ଚାଙ୍ଗୁ, ତୁଡୁମ୍ ଓ ଢାମ୍ପର ତାଳେ ତାଳେ  ଚାଲେ ନାଚ।  ଗାଁ ଦାଣ୍ଡ କମ୍ପି ଉଠେ। ଏମିତି […]

6789

6789

Tapas Behera
  • Published: Monday, 08 February 2021
  • Updated: 08 February 2021, 05:34 PM IST

Sports

Latest News

ଗୁଣପୁର(ଇନ୍ଦ୍ରଜିତ୍ କୁମାର ପଣ୍ଡା): ସୌରା ଆଦିବାସୀଙ୍କ ନିଆରା ପରବ କାରଜ। ପିତୃ ପୁରୁଷଙ୍କୁ ସନ୍ତୁଷ୍ଟ କରିବା ନେଇ କିଛି ବର୍ଷ ବ୍ୟବଧାନରେ ପାଳନ କରିଥାନ୍ତି ଏହି କାରଜ। ବିଶ୍ୱାସ ରହିଛି ପିତୃ ଲୋକ ସନ୍ତୁଷ୍ଟ ହେଲେ ଘରର ମଙ୍ଗଳ ହୋଇଥାଏ। ଏହି ପରବ ଗାଁର ସମସ୍ତ ପରିବାର ମିଶି ପାଳନ କରିଥାନ୍ତି। ଆଉ ଶେଷ ଦିନରେ ପାରମ୍ପରିକ ବାଦ୍ୟ ଚାଙ୍ଗୁ, ତୁଡୁମ୍ ଓ ଢାମ୍ପର ତାଳେ ତାଳେ  ଚାଲେ ନାଚ।  ଗାଁ ଦାଣ୍ଡ କମ୍ପି ଉଠେ। ଏମିତି ପରମ୍ପରା ରାୟଗଡା ଜିଲ୍ଲା ଗୁଣପୁର ନିକଟ ଚିନ୍ତାଲୁଗୁଡା ଅଞ୍ଚଳରେ ବହୁ ବର୍ଷ ହେବ ଚାଲି ଆସୁଛି। କାର୍ଯ୍ୟକ୍ରମରେ ବହୁ ଆଦିବାସୀ ସାମିଲ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗରିଧର ଗମାଙ୍ଗ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଗାଁର ସମସ୍ତ ଆଦିବାସୀ ପରିବାର ପ୍ରଥମେ ବାବୁ ଦେବତାକୁ(ଆଦିବାସୀ ଦେବତା) ପୂଜା କରନ୍ତି। ନୂଆ ମାଟି ହାଣ୍ଡି ଧରି ନଦୀକୁ ଯାଇ ପୂଜା କରି ପାଣି ଧରି ଆସନ୍ତି। ସେହି ପାଣିରେ ରୋଷେଇ କରି ପିତୃ ପୁରୁଷକୁ ଭୋଗ ଲଗାଇଥାନ୍ତି। ଏହା ଦ୍ୱାରା ପିତୃ ପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି ଓ ପରିବାରର ମଙ୍ଗଳ ହେଉଥିବା ନେଇ ବିଶ୍ୱାସ କରନ୍ତି ସଉରା ଆଦିବାସୀ। ଏହି ପରବ ୫, ୭ ଓ ୯ ବର୍ଷ ବ୍ୟବଧାନରେ ଯେକୌଣସି ରବିବାର ଦିନରେ ପାଳନ ହୋଇଥାଏ। ପୂର୍ବ ପୁରୁଷ ଅମଳରୁ  ଏମିତି ପର୍ବ ପାଳନ ହୋଇ ଆସୁଛି। ଏହି ପରବ ଦୀର୍ଘ ବର୍ଷ ବ୍ୟବଧାନରେ ପାଳନହେଉଥିବାରୁ ଅଧିକ ଜନ ସମାବେଶ ହୋଇଥିବା ଦେଖିବାକୁ ମିଳିଛି।

ଯିଏ ଯେଉଁଠି ଥିଲେ ମଧ୍ୟ ପିତୃ ଶ୍ରାଦ୍ଧ ପାଳନ ବେଳେ ସମଷ୍ତେ ଗାଁକୁ ଫେରି ଆସନ୍ତି। ସମସ୍ତ ପରିବାର ଏକାଠି ହୋଇ ଏହି ପିତୃ ଶ୍ରାଦ୍ଧ( କାରଜ) ପାଳନ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos