ବିଜେପି ନେତୃତ୍ୱ ପରିବର୍ତ୍ତନରେ କ’ଣ ପାଇଁ ଉପୁଜୁଛି ବାଧା?

ଭୁବନେଶ୍ୱର(ଦେବଦତ୍ତ ରଥ): ଓଡିଶା ବିଜେପିରେ ନେତୃତ୍ୱ ପରିବର୍ତ୍ତନ ନେଇ ଏବେ କିଛି ଦିନ ହେଲା ଆଲୋଚନା ଚାଲିଛି। ଅଚାନକ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହେବା ପରେ ଏହି ଆଲୋଚନା ଆହୁରି ଜୋର ଧରିଛି। କିନ୍ତୁ ଏ ଭିତରେ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ଏପରି କିଛି ପରିବର୍ତ୍ତନ ହେଉଥିବା କଥାକୁ ଖଣ୍ଡନ କରିଛନ୍ତି। ଓଡିଶା ପ୍ରଭାରୀ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କଥାକୁ ଖଣ୍ଡନ କରିଥିଲେ ମଧ୍ୟ ନେତୃତ୍ୱ ଯେ ପରିବର୍ତ୍ତନ ହେବାକୁ ଯାଉଛି ସେ ନେଇ […]

by

by

Rakesh Mallick
  • Published: Sunday, 15 April 2018
  • Updated: 15 April 2018, 06:44 PM IST

ଭୁବନେଶ୍ୱର(ଦେବଦତ୍ତ ରଥ): ଓଡିଶା ବିଜେପିରେ ନେତୃତ୍ୱ ପରିବର୍ତ୍ତନ ନେଇ ଏବେ କିଛି ଦିନ ହେଲା ଆଲୋଚନା ଚାଲିଛି। ଅଚାନକ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହେବା ପରେ ଏହି ଆଲୋଚନା ଆହୁରି ଜୋର ଧରିଛି। କିନ୍ତୁ ଏ ଭିତରେ ଓଡିଶା ବିଜେପି ପ୍ରଭାରୀ ଅରୁଣ ସିଂ ଏପରି କିଛି ପରିବର୍ତ୍ତନ ହେଉଥିବା କଥାକୁ ଖଣ୍ଡନ କରିଛନ୍ତି।

ଓଡିଶା ପ୍ରଭାରୀ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କଥାକୁ ଖଣ୍ଡନ କରିଥିଲେ ମଧ୍ୟ ନେତୃତ୍ୱ ଯେ ପରିବର୍ତ୍ତନ ହେବାକୁ ଯାଉଛି ସେ ନେଇ ଦଳ ଭିତରେ ଆଲୋଚନା ଜାରି ରହିଛି। କେବଳ ଯେ ନେତୃତ୍ୱ ତା ନୁହେଁ ରାଜ୍ୟ ବିଜେପିରେ ଏକ ଆମୂଳଚୂଳ ପରିବର୍ତ୍ତନ ହେବାକୁ ଯାଉଥିବା ନେଇ ଆଲୋଚନା ହେଉଛି। ପରିବର୍ତ୍ତନ କଥାକୁ ଅସ୍ୱୀକାର କରୁଥିବା ପ୍ରଭାରୀ ଖୋଦ ଅରୁଣ ସିଂ ମଧ୍ୟ ସେ ପରିବର୍ତ୍ତନ ସୂଚୀରେ ଥିବା କୁହାଯାଉଛି।

କିଛି ଦିନ ହେଲା ରାଜ୍ୟ ବିଜେପିରେ ନିଜର ପତିଆରା ସାବ୍ୟସ୍ତ କରି ଆସିଥିବା ଧର୍ମେନ୍ଦ୍ର ବିଜେପୁର ନିର୍ବାଚନକୁ ମଧ୍ୟ ପୁରା ନିଜ ନିୟନ୍ତ୍ରଣରେ ରଖିଥିଲେ। ବିଫଳ ହୋଇଥିଲେ ମଧ୍ୟ ବିଫଳତାର ଦୋଷ ଆଉ ମୁଣ୍ଡକୁ ନେଲେ ନାହିଁ। ପରେ ଅମିତ ଶାହା ଆସି ମିଶନ ୧୨୦ କଥା କହୁଥିବା ବେଳେ ତେଣେ ପୌର ନିର୍ବାଚନରେ ବିଜେପି ମାତ୍ର ଗୋଟିଏ ପଦବୀ ହାତେଇଲା।

ଅନ୍ୟାନ୍ୟ ରାଜ୍ୟରେ ବିଜେପିର ସଫଳତାକୁ ଦେଖିଲେ ଜଣାପଡେ ମଜଭୁତ ସଙ୍ଗଠନ ଏବଂ ମୋଦୀଙ୍କ ଚେହେରା ହିଁ ସଫଳତା ଦେଇଛି। ତେଣୁ ପ୍ରାୟ ପ୍ରତ୍ୟେକ ସ୍ଥାନରେ କାହାରିକୁ ସ୍ଥାନୀୟ ଚେହେରା କରାଯାଉ ନାହିଁ। କିନ୍ତୁ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଓଡିଶା ବୋଧହୁଏ ଏପରି ଏକ ରାଜ୍ୟ ଯେଉଁଠି ବିଜେପିର କିଛି ଗୋଷ୍ଠି ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଚାର କରାଉଛନ୍ତି।

ତେବେ ଏ ଭିତରେ ଓଡିଶା ବିଜେପିରେ ଏବେ ନେତୃତ୍ୱ ପରିବର୍ତ୍ତନ କଥା ଉଠୁଛି। ଏହା ସାଙ୍ଗେ ଦଳରେ ଆମୁଳଚୁଳ ପରିବର୍ତ୍ତନ କଥା ମଧ୍ୟ ଉଠୁଛି। ସଭାପତି ଭାବେ ପ୍ରତାପ ଷଡଙ୍ଗୀଙ୍କୁ ସଂଘ ଏବଂ ତୃଣମୂଳ ସଙ୍ଗଠନ ଚାହୁଁଛି। କିନ୍ତୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠି ନିଜ ସମର୍ଥିତ ଜଣେ ନେତାଙ୍କୁ ସଭାପତି କରାଇବାକୁ ଚାହୁଁଛନ୍ତି। କିନ୍ତୁ ଏହାର ମାନେ କିଛି ନାହିଁ। କଥା ଯେସାକୁ ତେସା ରହିବ। ସେହିପରି ଗୋଷ୍ଠୀବାଦ, ଆତ୍ମପ୍ରଚାର ଚାଲୁ ରହିବ। ଏବଂ ମିଶନ ୧୨୦ର ସ୍ୱପ୍ନ ସ୍ୱପ୍ନରେ ରହିଯିବ।

ଅବଶ୍ୟ ଏସବୁ ଆଲୋଚନା ପରେ ରାଜ୍ୟ ବିଜେପି ନେତାଙ୍କ ଭିତରେ ଏକ ପରିବର୍ତ୍ତନ ଦେଖା ଦେଇଛି। ଅନେକ ଏବେ ଟିକେ ସତର୍କ ହୋଇ ଚଳୁଛନ୍ତି। ଧର୍ମେନ୍ଦ୍ରଙ୍କୁ ଏକ ମାତ୍ର ନେତା ଭାବରେ ଚିତ୍ରଣ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଏହି ଗୋଷ୍ଠି ଏବେ ଟିକେ ଜଗି ରଖି ପୋଷ୍ଟ କରୁଥିବା ଦେଖା ଯାଉଛି। ଅବଶ୍ୟ କେତେଜଣ ଏବେ ବି ନିଜର ସ୍ଵଭାବ ଛାଡି ପାରୁ ନାହାଁନ୍ତି। ତେବେ ଏ ଭିତରେ ସଭାପତି ପରିବର୍ତ୍ତନ ଏବଂ ଘୋଷଣା ବିଳମ୍ବ ହେଉଛି। ପ୍ରତାପ ଷଢଙ୍ଗୀଙ୍କୁ ଯେ କୌଣସି ପରିସ୍ଥିରେ ସଭାପତି କରାଇଦେବାକୁ ରାଜ୍ୟ ବିଜେପିର ସେହି ପ୍ରଭାବଶାଳୀ ଗୋଷ୍ଠି ଚାହୁଁ ନାହାଁନ୍ତି। କାରଣ ବାସ୍ତବରେ ସେମାନେ ନିଜର ଅସ୍ତିତ୍ୱକୁ ନେଇ ସନ୍ଦୀହାନ ହୋଇ ପଡିଛନ୍ତି। ତେଣୁ ଏହି ପ୍ରଭାବଶାଳୀ ଗୋଷ୍ଠୀର ବିରୋଧ ଭିତରେ ବୋଧହୁଏ ସଭାପତି ପରିବର୍ତ୍ତନ ବିଳମ୍ୱିତ ହେଉଛି।

କେହି କେହି କହୁଛନ୍ତି ଯେ, ପ୍ରତାପ ସମସ୍ତଙ୍କୁ ନେଇ ସାଙ୍ଗରେ ଯାଇ ପାରିବେ ନାହିଁ। ଏଣେ ଓଡିଶା ବିଜେପିରେ ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠୀର ଏକ ବଡ଼ ପ୍ରଭାବ ରହିଛି। ବିଜେପିର ବଡ଼ ଗୋଷ୍ଠିଟି ଧର୍ମେନ୍ଦ୍ରଙ୍କ ସପକ୍ଷରେ ଅଛି। ତେଣୁ ଧର୍ମେନ୍ଦ୍ରଙ୍କୁ ଅସନ୍ତୁଷ୍ଟ କରି ପ୍ରତାପଙ୍କୁ ସଭାପତି କରିବା ଦଳ ପାଇଁ ଘାତକ ହେବ। କିନ୍ତୁ ଏପରି ମତ ରଖୁଥିବା ନେତାମାନେ ବୋଧହୁଏ ସଂଘ ଏବଂ ବିଜେପିକୁ ଭଲ ଭାବରେ ଜାଣିପାରି ନାହାଁନ୍ତି।

ବାଜପେୟୀଙ୍କ ପରେ ଦିନେ ଆଡ଼ଭାନୀଙ୍କ ହାତରେ ସଂପୂର୍ଣ୍ଣ କ୍ଷମତା ଥିଲା। ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ି ବିଜେପି ବିଫଳ ହେଲା ଏବଂ ଏହାପରେ ତୃଣମୂଳସ୍ତରରୁ ମୋଦିଙ୍କ ସପକ୍ଷରେ ଜନମତ ସୃଷ୍ଟି ହେଲା। ସଂଘ ମଧ୍ୟ ମୋଦିଙ୍କୁ ଚାହୁଁଥିଲା। କିନ୍ତୁ ଆଡ଼ଭାନୀଙ୍କ ସପକ୍ଷରେ ଦଳ ଭିତରେ ଏକ ଶକ୍ତିଶାଳୀ ଗୋଷ୍ଠି ରହିଥିଲେ। ନିଜେ ଧର୍ମେନ୍ଦ୍ର ମଧ୍ୟ ଆଡ଼ଭାନୀଙ୍କ ଗୋଷ୍ଠୀରେ ଥିଲା ପରି ଜଣା ପଡୁଥିଲେ। ବରଂ ବିହାର ବିଜେପି ପ୍ରଥମେ ମୋଦିଙ୍କ ସମର୍ଥନରେ ଆସିଥିଲା। ନୀତିଶ କେବଳ ମୋଦିଙ୍କୁ ହିଁ ବିରୋଧ କରି ମେଣ୍ଟରୁ ଓହରିଲେ। ଦେଖିବାକୁ ଗଲେ ସଂଘ ଏବଂ ତୃଣମୂଳ ସଙ୍ଗଠନ ମୋଦିଙ୍କୁ ଚାହୁଁଥିଲା। କିନ୍ତୁ ବିଜେପିର କିଛି ପ୍ରଭାବୀ ନେତା ଆଡ଼ଭାନୀଙ୍କୁ ଚାହୁଁଥିଲେ।ଏତେ ବିରୋଧ ଭିତରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରାଗଲା। ଏବଂ ଧର୍ମେନ୍ଦ୍ରଙ୍କ ସମେତ ପ୍ରାୟ ସମସ୍ତ ନେତା ପଟ ପରିବର୍ତ୍ତନ କଲେ।ସଙ୍ଗଠନ ସାଙ୍ଗରେ ରହିଲେ।ବିଜେପିର ବିଜୟ ହେଲା।ଠିକ୍ ସେହି ପ୍ରକ୍ରିୟା ଓଡ଼ିଶା ପାଇଁ ମଧ୍ୟ ପ୍ରଯୁଜ୍ୟ। ଥରେ ସଭାପତି ଘୋଷଣା ହୋଇଯିବା ପରେ ଗୋଷ୍ଠିବାଦ ଭିତରେ ଥିବା ଦଳର ଅନେକ ନେତା ପଟ ପରିବର୍ତ୍ତନ କରି ସଙ୍ଗଠନ ସାଙ୍ଗକୁ ଚାଲି ଆସିବେ।ଏବଂ କେନ୍ଦ୍ର ବିଜେପି ପରି ଓଡିଶା ବିଜେପିକୁ ସଫଳତା ମିଳିବା ନେଇ ଆଶା କରାଯାଇ ପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story