ସନ୍ଧ୍ୟା ଦର୍ଶନ ବେଳେ ଯୁବତୀଙ୍କୁ ଅସଦାଚରଣ ଘଟଣା: ତଦନ୍ତ ପାଇଁ ଗଠନ ହେଲା ଟିମ୍

ପୁରୀ: ଶ୍ରୀକ୍ଷେତ୍ରରେ ନବମୀ ସନ୍ଧ୍ୟା ଦର୍ଶନ ସମୟରେ ମହିଳା ଓ ଯୁବତୀଙ୍କୁ ଜଣେ ସୁରକ୍ଷାକର୍ମୀଙ୍କ ଅସଦାଚରଣ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍। ଜଣେ ଏସ୍ଆଇଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଛି। ଟିମ୍‌ରେ ଜଣେ ମହିଳା ପୋଲିସ୍‌ଙ୍କ ସହ ଅନ୍ୟ ସହଯୋଗୀ ମଧ୍ୟ ରହିବେ। ଏହି ଘଟଣାରେ ମାମଲା ରୁଜୁ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ଓ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତି କରି କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁ ପାଇଁ […]

puri

puri

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 09:05 PM IST

Sports

Latest News

ପୁରୀ: ଶ୍ରୀକ୍ଷେତ୍ରରେ ନବମୀ ସନ୍ଧ୍ୟା ଦର୍ଶନ ସମୟରେ ମହିଳା ଓ ଯୁବତୀଙ୍କୁ ଜଣେ ସୁରକ୍ଷାକର୍ମୀଙ୍କ ଅସଦାଚରଣ ଅଭିଯୋଗ ଘଟଣାର ତଦନ୍ତ ପାଇଁ ଗଠନ ହେଲା ଟିମ୍। ଜଣେ ଏସ୍ଆଇଙ୍କ ନେତୃତ୍ୱରେ ଟିମ୍ ଗଠନ ହୋଇଛି। ଟିମ୍‌ରେ ଜଣେ ମହିଳା ପୋଲିସ୍‌ଙ୍କ ସହ ଅନ୍ୟ ସହଯୋଗୀ ମଧ୍ୟ ରହିବେ।

ଏହି ଘଟଣାରେ ମାମଲା ରୁଜୁ ପାଇଁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ଓ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତି କରି କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁ ପାଇଁ ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀଙ୍କୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ ନବମୀ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରକୁ ସଂପୃକ୍ତ ଅଭିଯୋଗ କାରିଣୀ ଯୁବତୀ ଜଣକ ବାପାଙ୍କ ସହ ଯାଇଥିଲେ।

ସେହି ସମୟରେ ଭିଡ଼ର ସୁଯୋଗ ନେଇ କିଛି ମହିଳା ଏବଂ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ଉଦ୍ଦେଶ୍ୟମୂଳକ ଭାବେ ସ୍ପର୍ଶ କରୁଥିଲେ ସୁରକ୍ଷାକର୍ମୀ। ଏହାଦେଖି ଅଭିଯୋଗକାରିଣୀ ଯୁବତୀ ଜଣକ ପ୍ରତିବାଦ କରିବା ସହ ସଂପୃକ୍ତ ସୁରକ୍ଷାକର୍ମୀଙ୍କୁ ଚାପୁଡ଼ା ମାରି କଡ଼ା ଜବାବ ଦେଇଥିଲେ। ପାଖରେ ଥିବା ମହିଳା ପୋଲିସ ବି ଏହି ଦୃଶ୍ୟକୁ ଦେଖୁଥିଲେ। କିନ୍ତୁ କେହି ବି ପ୍ରତିବାଦ କରି ନ ଥିଲେ ବୋଲି ସୋସିଆଲ୍ ମିଡିଆରେ ଅଭିଯୋଗକାରିଣୀ ଏବଂ ତାଙ୍କ ମା’ ପୋଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos