ସାବଧାନ ସ୍ପିଡ୍‌ ବାଇକର! ବେଲଗାମ ଗାଡ଼ି ଚଳାଇଲେ ଘରକୁ ଯିବ ଚାଲାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ରୁତ ଗତିରେ ବାଇକ ଚଳାଉଥିବା ଡ୍ରାଇଭର ସାବଧାନ ହୋଇଯାଆନ୍ତୁ। ଏଣିକି ବେଲଗାମ ଗାଡି ଚଳାଇ ରୋମିଓ ଗିରି ଦେଖାଇଲେ କମିଶନରେଟ୍ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ। କମିଶନରେଟ ପୋଲିସ ସ୍କାନରରେ ସ୍ପିଡ୍‌ ବାଇକ ଚାଳକ। ଟ୍ରାଫିକ ନିୟମ ଭାଙ୍ଗିଲେ ଘରକୁ ଯିବ ଚାଲାଣ। ବାରମ୍ବାର ନିୟମ ଭାଙ୍ଗିଲେ ଲାଇସେନ୍ସ ବାତିଲ ହେବ ବୋଲି ପୋଲିସ କମିଶନର କହିଛନ୍ତି। ଦ୍ରୁତ ଗତିରେ ଡ୍ରାଇଭିଂ କଲେ ନମ୍ବର ପ୍ଲେଟ୍‌କୁ ସିସିଟିଭିରେ ଯାଞ୍ଚ କରାଯିବ। ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ […]

Bike

Bike

Rakesh Mallick
  • Published: Monday, 22 January 2018
  • Updated: 22 January 2018, 07:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ରୁତ ଗତିରେ ବାଇକ ଚଳାଉଥିବା ଡ୍ରାଇଭର ସାବଧାନ ହୋଇଯାଆନ୍ତୁ। ଏଣିକି ବେଲଗାମ ଗାଡି ଚଳାଇ ରୋମିଓ ଗିରି ଦେଖାଇଲେ କମିଶନରେଟ୍ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ। କମିଶନରେଟ ପୋଲିସ ସ୍କାନରରେ ସ୍ପିଡ୍‌ ବାଇକ ଚାଳକ। ଟ୍ରାଫିକ ନିୟମ ଭାଙ୍ଗିଲେ ଘରକୁ ଯିବ ଚାଲାଣ। ବାରମ୍ବାର ନିୟମ ଭାଙ୍ଗିଲେ ଲାଇସେନ୍ସ ବାତିଲ ହେବ ବୋଲି ପୋଲିସ କମିଶନର କହିଛନ୍ତି। ଦ୍ରୁତ ଗତିରେ ଡ୍ରାଇଭିଂ କଲେ ନମ୍ବର ପ୍ଲେଟ୍‌କୁ ସିସିଟିଭିରେ ଯାଞ୍ଚ କରାଯିବ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି, ସେଥିରୁ ୬୦ ପ୍ରତିଶତ ମୃତ୍ୟୁ ବାଇକ ଦୁର୍ଘଟଣା ଜନିତ। ଆଗକୁ ସ୍ମାର୍ଟ ସିଟି ଯୋଜନା ଅଧୀନରେ ଅଧିକ ସିସିଟିଭି କ୍ୟାମେରା ଲଗାଯିବ। ରାତି ସମୟରେ କିପରି ଏହି ସ୍ପିଡ ବାଇକ ନମ୍ବରକୁ ଚିହ୍ନଟ କରାଯିବ, ସେନେଇ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଜାତୀୟ ରାଜପଥରେ ସ୍ପିଡ୍‌ ଡିଟେକ୍ଟର ରଖାଯାଉଛି। ନିକଟରେ ଏହି ସ୍ପିଡ ପାଇଁ ଅଡି ଓ ବିଏମଡବ୍ଲ୍ୟୁ ରେସକୁ କେନ୍ଦ୍ର କରି ଦୁଃଖଦ ଦୁର୍ଘଟଣା ଘଟିଥିଲା। ଜଣଙ୍କର ମୃତ୍ୟୁ ହେବା ସହ ଏକାଧିକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos