ସୋମବାର ବନ୍ଦ ରହିବ ବିମାନ ଚଳାଚଳ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତି ସୋମବାର ବନ୍ଦ ରହିବ ବିମାନ ଚଳାଚଳ। ସେପ୍ଟେମ୍ବର ୩୦ ଯାଏ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତି ସୋମବାର ବିମାନସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ। କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନା ଅଧୀନରେ ସ୍ପାଇସ୍ ଜେଟ୍ ପକ୍ଷରୁ ମାର୍ଚ୍ଚ ମାସଠାରୁ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ଦୈନିକ ବିମାନସେବା ଆରମ୍ଭ ହୋଇଛି। ତେବେ ଆସନ୍ତା ୨ ମାସ କେବଳ ସୋମବାର ପାଇଁ ଏହି […]

spicejet-....

spicejet-....

Tapaswini Nayak
  • Published: Tuesday, 30 July 2019
  • Updated: 30 July 2019, 04:41 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତି ସୋମବାର ବନ୍ଦ ରହିବ ବିମାନ ଚଳାଚଳ। ସେପ୍ଟେମ୍ବର ୩୦ ଯାଏ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ପ୍ରତି ସୋମବାର ବିମାନସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ପାଇସ୍ ଜେଟ୍ କର୍ତ୍ତୃପକ୍ଷ।

କେନ୍ଦ୍ର ସରକାରଙ୍କ ଉଡ଼ାନ୍ ଯୋଜନା ଅଧୀନରେ ସ୍ପାଇସ୍ ଜେଟ୍ ପକ୍ଷରୁ ମାର୍ଚ୍ଚ ମାସଠାରୁ ଝାରସୁଗୁଡ଼ା ଓ ଦିଲ୍ଲୀ ମଧ୍ୟରେ ଦୈନିକ ବିମାନସେବା ଆରମ୍ଭ ହୋଇଛି। ତେବେ ଆସନ୍ତା ୨ ମାସ କେବଳ ସୋମବାର ପାଇଁ ଏହି ସେବା ବନ୍ଦ ରହିବ ବୋଲି ସ୍ପାଇସ୍ ଜେଟ୍ ପକ୍ଷରୁ ସୂଚନା ଦିଆଯାଇଛି।

ଏହାକୁ ନେଇ ଝାରସୁଗୁଡ଼ାବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos