ରାଜ୍ୟ ବିଜେପିରେ ବଡ଼ ପରିବର୍ତ୍ତନର ଆଭାସ! ପଡିବ କି ‘ସଂଘ’ର ପ୍ରଭାବ ?

ଭୁବନେଶ୍ୱର(ଦେବଦତ୍ତ ରଥ): ରାଜ୍ୟ ବିଜେପିରେ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳୁଛି। ବିଜେପୁର ଉପନିର୍ବାଚନ ପରେ ଏକରକମର ନିସ୍ତବ୍ଧ ହୋଇପଡିଥିବା ବିଜେପି ଭିତରେ ଭିତରେ ପ୍ରସ୍ତୁତ କରୁଛି ରଣନୀତି। ରାଜ୍ୟ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହେବା ନେଇ ମଧ୍ୟ ଖବର ମିଳୁଛି। ଅବଶ୍ୟ ରାଜ୍ୟ ସଭାପତିଙ୍କ କାର୍ଯ୍ୟକାଳ ଆହୁରି ୬/୭ମାସ ରହିଛି। କିନ୍ତୁ ପରେ ପରେ ସାଧାରଣ ନିର୍ବାଚନ ଆସିଯିବ। ତେଣୁ ନିର୍ବାଚନ ଠିକ୍ ପୂର୍ବରୁ ପରିବର୍ତ୍ତନ ନ କରି ହୁଏତ ଏବେଠୁ ପରିବର୍ତ୍ତନ କରାଯାଇପାରେ ବୋଲି […]

bjp-1

bjp-1

Rakesh Mallick
  • Published: Monday, 02 April 2018
  • Updated: 02 April 2018, 07:28 PM IST

ଭୁବନେଶ୍ୱର(ଦେବଦତ୍ତ ରଥ): ରାଜ୍ୟ ବିଜେପିରେ ଏକ ବଡ଼ ପରିବର୍ତ୍ତନର ଆଭାସ ମିଳୁଛି। ବିଜେପୁର ଉପନିର୍ବାଚନ ପରେ ଏକରକମର ନିସ୍ତବ୍ଧ ହୋଇପଡିଥିବା ବିଜେପି ଭିତରେ ଭିତରେ ପ୍ରସ୍ତୁତ କରୁଛି ରଣନୀତି। ରାଜ୍ୟ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ହେବା ନେଇ ମଧ୍ୟ ଖବର ମିଳୁଛି।

ଅବଶ୍ୟ ରାଜ୍ୟ ସଭାପତିଙ୍କ କାର୍ଯ୍ୟକାଳ ଆହୁରି ୬/୭ମାସ ରହିଛି। କିନ୍ତୁ ପରେ ପରେ ସାଧାରଣ ନିର୍ବାଚନ ଆସିଯିବ। ତେଣୁ ନିର୍ବାଚନ ଠିକ୍ ପୂର୍ବରୁ ପରିବର୍ତ୍ତନ ନ କରି ହୁଏତ ଏବେଠୁ ପରିବର୍ତ୍ତନ କରାଯାଇପାରେ ବୋଲି ଆଲୋଚନା ଚାଲିଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପରେ ଗୋଟିଏ ଗୋଷ୍ଠି ସମୀର ମହାନ୍ତିଙ୍କୁ ପରବର୍ତ୍ତୀ ସଭାପତି କରାଇବା ଇଚ୍ଛାରେ ଥିବା ବେଳେ କନକ ବର୍ଦ୍ଧନ ସିଂହଦେଓ, ପ୍ରତାପ ଷଡ଼ଙ୍ଗୀଙ୍କ ନାମ ମଧ୍ୟ ଆଲୋଚନା ପରିଷରଭୁକ୍ତ ହୋଇଛି। କେହି କେହି ବିଜୟ ମହାପାତ୍ରଙ୍କ ନାମ ବି କହୁଛନ୍ତି। ହେଲେ ବିଜୟଙ୍କ ଆରଏସଏସ ବ୍ୟାକ୍‌ଗ୍ରାଉଣ୍ଡ ନ ଥିବାରୁ ତାଙ୍କୁ ସଭାପତି କରାଯିବା ଆଶା କମ୍‌।  କେହି କେହି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଗୁରୁ ଦାୟିତ୍ୱ ବହନ କରି ପାରନ୍ତି ବୋଲି ମଧ୍ୟ କହୁଛନ୍ତି। ଏଣେ ଲଗାତାର ଭାବେ ପଶ୍ଚିମ ଓଡ଼ିଶାରୁ ସଭାପତି ରହି ଆସୁଥିବା ବେଳେ ଏଥର ପୂର୍ବ ଓଡ଼ିଶାରୁ କେହି ସଭାପତି ହେବା କଥାଟି ମଧ୍ୟ ଉଠିଛି।  ବିଜେପିର ତୃଣମୂଳସ୍ତରର ସଙ୍ଗଠନ କାର୍ଯ୍ୟକର୍ତ୍ତା ରାଷ୍ଟ୍ରବାଦୀ ଚେହେରା ହିସାବରେ ପ୍ରତାପ ଷଡ଼ଙ୍ଗୀଙ୍କୁ ସଭାପତି କରାଯାଉ ବୋଲି ଇଚ୍ଛା କରୁଛନ୍ତି । ଅବଶ୍ୟ ପ୍ରତାପ ଷଡ଼ଙ୍ଗୀ ଏବେ ଏଭଳି ଆଲୋଚନାକୁ ଖଣ୍ଡନ କରିଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ବିଜେପି ରାଜ୍ୟ ସଙ୍ଗଠନ ସମ୍ପାଦକ ସାରଦା ଶତପଥୀଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଅସ୍ଥାୟୀ ଭାବେ ସଙ୍ଘ(ଆରଏସଏସ) ପ୍ରଚାରକ ମାନସ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି। ନୂତନ ସଙ୍ଗଠନ ସମ୍ପାଦକ ଭାବେ ଅନନ୍ତ ନାରାୟଣ ମିଶ୍ରଙ୍କ ନାମ ଶୁଣିବାକୁ ମିଳୁଛି।  ମିଶ୍ର ଏବେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଦାୟିତ୍ୱରେ ଅଛନ୍ତି। ସେ ସଂପୃକ୍ତ ଅଞ୍ଚଳରେ ନିଜର ଦୃଢ଼ ସାଙ୍ଗଠନିକ କ୍ଷମତା ଦେଖାଇ ସାରିଛନ୍ତି। ଅନ୍ୟାନ୍ୟ ଦଳଠାରୁ ବିଜେପି ସଙ୍ଗଠନ ସମ୍ପାଦକ ପଦବୀଟି ଦଳପାଇଁ ବେସ୍‌ ଗୁରୁତ୍ୱ ବହନ କରେ। ଆରଏସଏସର ଜଣେ ପ୍ରଚାରକଙ୍କୁ ଏହି ଦାୟିତ୍ୱ ଦିଆଯାଇଥାଏ। ସାର୍ବଜନୀନ ସଭା ସମିତିରେ ଏମାନଙ୍କୁ ମଞ୍ଚାସିନ ହେବାର ଦେଖାଯାଏ ନାହିଁ। କିନ୍ତୁ ସାଙ୍ଗଠନିକ ଯୋଜନା, ସଭା ସମିତି, କାର୍ଯ୍ୟକ୍ରମ ଆଦି ତାଙ୍କ ତତ୍ତ୍ଵାବଧାନରେ ହିଁ ହୋଇଥାଏ। ବିଜେପି ପକ୍ଷରୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଏବେ ଯେଉଁ ବିସ୍ତାରକ ନିଯୁକ୍ତ ହୋଇଛନ୍ତି ସେହି ବିସ୍ତାରକମାନେ ସଙ୍ଗଠନିକ ସ୍ଥିତି ନେଇ ଏହି ସଙ୍ଗଠନ ସମ୍ପାଦକଙ୍କୁ ହିଁ ସିଧା ସଳଖ ରିପୋର୍ଟ କରନ୍ତି। ତେଣୁ ସଙ୍ଗଠନ ସମ୍ପାଦକ ପରିବର୍ତ୍ତନ ବିଜେପି ପାଇଁ ଦଳ ଭିତରେ ଖୁବ୍ ଗୁରୁତ୍ୱ ବହନ କରୁଛି ବୋଲି କୁହାଯାଇପାରେ। ଆଉ ଏହାର ପରେ ପରେ ହିଁ ଦଳୀୟ ମୁଖ୍ୟଙ୍କ ପଦବୀରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।

ଖାଲି ଯେ ସଙ୍ଗଠନ ସମ୍ପାଦକ ପଦବୀ ତା ନୁହେଁ ବରଂ ରାଜ୍ୟ ବିଜେପି ଭିତରେ ଆଉ କିଛି ବଡ଼ ପରିବର୍ତ୍ତନ ହେବା ନେଇ ଆଲୋଚନା ଚାଲିଛି। ଦଳ ଭିତରେ ନେତା ଏବଂ କର୍ମିଙ୍କ ଭିତରେ ଏନେଇ ଏକ ଚାପା ଗୁଞ୍ଜରଣ ଚାଲିଛି। ମିଶନ ୧୨୦ ଯୋଜନାରେ ବିଜେପୁର ହାର୍‌ ଦଳ ଉପରେ ବଡ଼ ପ୍ରଭାବ ପକାଇଛି। ସଙ୍ଗଠନକୁ ଗୁରୁତ୍ୱ ନ ଦେଇ ବ୍ୟକ୍ତିବାଦକୁ ଗୁରୁତ୍ୱ ଦେଇ ଏକ ଗୋଷ୍ଠୀ କାମ କରୁଥିବା ନେଇ ଦଳ ଭିତରେ ଅନେକ ଅସନ୍ତୋଷ ରହିଛି। ଜଣଙ୍କର ମୁଖ୍ୟମନ୍ତ୍ରୀ ଚେହେରା ପ୍ରସ୍ତୁତ କରିବା ଯୋଜନାରେ ମଗ୍ନ ରହି ସଙ୍ଗଠନକୁ ଅବହେଳା କରାଯାଉଛି ବୋଲି ଚର୍ଚ୍ଚା ଚାଲିଛି। ଏହି ଯୋଜନା ଅନ୍ତର୍ଭୁକ୍ତ କୌଣସି ପ୍ରଭାବଶାଳୀ ନେତା ଦଳରେ ସାମିଲ ହେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି ଅଥବା ଦଳରେ ଯୋଗ ଦେଇଥିଲେ ମଧ୍ୟ ଦୂରେଇ ରହୁଛନ୍ତି। ଉଦାହରଣ ଭାବେ ଆପଣ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଭଳି ନେତାଙ୍କୁ ନେଇ ପାରନ୍ତି।

କିନ୍ତୁ ଏ ଭିତରେ ବିଜେପିରେ ସାଙ୍ଗଠନିକ କ୍ଷମତା ପରିବର୍ତ୍ତନ ଏବଂ ପ୍ରତାପ ଷଡ଼ଙ୍ଗୀ, ସମ୍ବିତ ପାତ୍ରଙ୍କ ସମେତ ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କ ଭଳି ହେଭିୱେଟ ନେତାଙ୍କୁ ସକ୍ରିୟ କରାଇ ବିଜେପି ଏକ ବଡ ଯୋଜନା କରୁଥିବା ମଧ୍ୟ ଅସମ୍ଭବ ନୁହେଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story