ରତ୍ନଭଣ୍ଡାର ଯାଞ୍ଚ ପାଇଁ ସରକାରଙ୍କ ଅନୁମତି ମାଗିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ(ଓଡିଶା ରିପୋର୍ଟର): ଅଳଙ୍କାର ପ୍ରିୟ କାଳିଆ ଠାକୁରଙ୍କ ରତ୍ନଭଣ୍ଡାରର କେମିତି ହେବ ଯାଞ୍ଚ ? ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନା କଳ୍ପନା। ଦେଖାଦେଇଛି ନାନା ଆଶା, ଆଶଙ୍କା । କାରଣ ଏଏସ୍ଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ସିନା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ, କିନ୍ତୁ ଶ୍ରୀମନ୍ଦିର ଆଇନ ଅନୁଯାୟୀ, ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଦରକାର। ତେଣୁ ଆଜି ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ସୁରକ୍ଷିତ […]

images

images

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 09:54 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ଅଳଙ୍କାର ପ୍ରିୟ କାଳିଆ ଠାକୁରଙ୍କ ରତ୍ନଭଣ୍ଡାରର କେମିତି ହେବ ଯାଞ୍ଚ ? ତାକୁ ନେଇ ଏବେ ଆରମ୍ଭ ହୋଇଛି କଳ୍ପନା କଳ୍ପନା। ଦେଖାଦେଇଛି ନାନା ଆଶା, ଆଶଙ୍କା । କାରଣ ଏଏସ୍ଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ସିନା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ, କିନ୍ତୁ ଶ୍ରୀମନ୍ଦିର ଆଇନ ଅନୁଯାୟୀ, ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଦରକାର। ତେଣୁ ଆଜି ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ। ସେପଟେ ସୁରକ୍ଷିତ ଢ଼ଙ୍ଗରେ ରତ୍ନଭଣ୍ଡାରର ଯେମିତି ଯାଞ୍ଚ କରାଯିବ, ତାଉପରେ ଐତିହ୍ୟ ବିଶାରଦ ମତ ରଖିଥିବାବେଳେ ଶ୍ରୀମନ୍ଦିର ସେବାୟତଙ୍କ ଦାବି ସମସ୍ତଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରର ଯାଞ୍ଚ କରାଯାଉ।

ଶ୍ରୀମନ୍ଦିର ରତ୍ନଭଣ୍ଡାରର କେମିତି ଅଛି ଅବସ୍ଥା ? ବର୍ଷ ବର୍ଷ ଧରି ମହଣ ମହଣ ଅଳଙ୍କାରରେ ଭର୍ତ୍ତି ରତ୍ନଭଣ୍ଡାର ଏବେ କେତେ ସୁରକ୍ଷିତ ? ସ୍ଥିତିର ଅନୁଧ୍ୟାନ ପାଇଁ ଏଏସ୍‌ଆଇ ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏବେ ଦେଖାଦେଇଛି ଏଭଳି ଆଶଙ୍କା। ଆସନ୍ତା ୨୬ ଏବଂ ୨୭ ତାରିଖରେ ଭଣ୍ଡାରର ଯାଞ୍ଚ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ୨୯ ତାରିଖରେ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି । ତେବେ ଶ୍ରୀମନ୍ଦିର ଆଇନ ଅନୁଯାୟୀ,

ରାଜ୍ୟ ସରକାରଙ୍କ ଅନୁମତି ନ ମିଳିଲେ ଖୋଲାଯିବନି ଅଳଙ୍କାର ପ୍ରିୟ କାଳିଆ ଠାକୁରଙ୍କ ରତ୍ନଭଣ୍ଡାର। ତେଣୁ ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ଆଜି ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos