ଶ୍ରୀଜିଉଙ୍କୁ ଦର୍ଶନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବୀନିତ ଶରଣ

ପୁରୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ବୀନିତ ଶରଣ ଗତକାଲି ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବୀନିତ ଶରଣଙ୍କ ସହ ତାଙ୍କ ପତ୍ନୀ, ଦିଲ୍ଲୀ ହାଇକୋର୍ଟ ଓ ଆହ୍ଲାବାଦ ହାଇକୋର୍ଟର ବିଚାରପତିମାନେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମୁଖ୍ୟ ବିଚାରପତି ଜଷ୍ଟିସ୍  ବୀନିତ ଶରଣଙ୍କୁ ସ୍ୱାଗତ କରିଛନ୍ତି।  ଜଷ୍ଟିସ୍ ବୀନିତ ଶରଣ ପୁରୀ ଗସ୍ତ ନେଇ ଶ୍ରୀମନ୍ଦିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି  କରାଯାଇଥିଲା।