ଶ୍ରୀକ୍ଷେତ୍ରରେ ଆଜିଠାରୁ ଝୁଲଣ ଯାତ୍ରା

ପୁରୀ: ଶ୍ରୀକ୍ଷେତ୍ରରେ ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭ ହେବ। ଶ୍ରୀମନ୍ଦିରର ଝୁଲଣ ମଣ୍ଡପର ଝୁଲଣ କୁଞ୍ଜରେ ଝୁଲିବେ ମଦନ ମୋହନ, ଲକ୍ଷ୍ମୀ ଓ ସରସ୍ୱତୀ । ଶ୍ରୀକ୍ଷେତ୍ରର ମଠ ମନ୍ଦିରରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ଝୁଲଣ ଯାତ୍ରାରେ ସାମିଲ ହେବେ।

ମହାପ୍ରଭୁଙ୍କର ୩୨ଟି ଉପଯାତ୍ରା ମଧ୍ୟରୁ ଝୁଲଣଯାତ୍ରା ଅନ୍ୟତମ। ଶ୍ରୀମନ୍ଦିରରେ ସନ୍ଧ୍ୟା ଆରତୀ ପରେ ମଦନ ମୋହନ, ଭୂଦେବୀ ଓ ଶ୍ରୀ ଦେବୀଙ୍କୁ ଝୁଲଣ କୁଞ୍ଜରେ ବିଜେ କରିଥାନ୍ତି। ଭାଦ୍ରବ କୃଷ୍ଣ ପ୍ରତିପଦା ତିଥି ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ।