ମେଘନାଦ ପାଚେରିର ସ୍ଥିତି ଏମିତି: କେଉଁଠି ଫାଟ ତ କେଉଁଠି ଗଛ

ପୁରୀ(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ଦୁର୍ବଳ ହୋଇପଡିଥିବାରୁ ଜଗମୋହନର ମରାମତି କାର୍ଯ୍ୟ ନିକଟରେ ଶେଷ କରାଯାଇଛି। ଏବେ ଜଗମୋହନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବା ବେଳେ ମେଘନାଦ ପାଚେରୀ ଏବଂ ଉତ୍ତରଦ୍ୱାର ଗୁମୁଟ ମରାମତି କିଭଳି ତ୍ୱରାନ୍ୱୀତ କରାଯିବା ସେଥିପାଇଁ ଏ.ଏସ୍.ଆଇକୁ ଅବଗତ କରାଯାଇଛି । ପୁରୀ ଜଗନ୍ନାଥ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ଚତୁପାର୍ଶ୍ୱରେ ରହିଛି ମେଘନାଦ ପାଚେରୀ । କିନ୍ତୁ ସଂରକ୍ଷଣରେ ଅବହେଳା ପାଇଁଏହା ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।  ଶ୍ରୀମନ୍ଦିରକୁ ସୁରକ୍ଷା ଯୋଗାଉଥିବା ମେଘନାଦ […]

c4

c4

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 08:18 PM IST

Sports

Latest News

ପୁରୀ(ଓଡିଶା ରିପୋର୍ଟର): ଶ୍ରୀମନ୍ଦିର ଜଗମୋହନ ଦୁର୍ବଳ ହୋଇପଡିଥିବାରୁ ଜଗମୋହନର ମରାମତି କାର୍ଯ୍ୟ ନିକଟରେ ଶେଷ କରାଯାଇଛି। ଏବେ ଜଗମୋହନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଥିବା ବେଳେ ମେଘନାଦ ପାଚେରୀ ଏବଂ ଉତ୍ତରଦ୍ୱାର ଗୁମୁଟ ମରାମତି କିଭଳି ତ୍ୱରାନ୍ୱୀତ କରାଯିବା ସେଥିପାଇଁ ଏ.ଏସ୍.ଆଇକୁ ଅବଗତ କରାଯାଇଛି । ପୁରୀ ଜଗନ୍ନାଥ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ଚତୁପାର୍ଶ୍ୱରେ ରହିଛି ମେଘନାଦ ପାଚେରୀ । କିନ୍ତୁ ସଂରକ୍ଷଣରେ ଅବହେଳା ପାଇଁଏହା ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି।  ଶ୍ରୀମନ୍ଦିରକୁ ସୁରକ୍ଷା ଯୋଗାଉଥିବା ମେଘନାଦ ପାଚେରୀର କେଉଁଠି ଗଛ ଉଠିଗଲାଣି ତ କେଉଁଠାରୁ ଚୁନ ଛାଡିଗଲାଣି ଆଉ ପୁଣି କେଉଁଠି ଫାଟ ସୃଷ୍ଟି ହୋଇଛି।   ଯଦି ଏଭଳି ଫାଟ ବହୁ ଦିନ ଧରି ରହିବ ତାହାହେଲେ ସେହି ସ୍ଥାନରୁ ପଥର ଖସି ପଡିବାର ସମ୍ଭାବନା ରହିଛି।  ଏ.ଏସ୍.ଆଇ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା କୁହାଯାଉଛି। ଶ୍ରୀମନ୍ଦିର ନୀତିପ୍ରଶାସକ କହିଛନ୍ତି ଏନେଇ ହାଇକୋର୍ଟରେ ସମସ୍ତ ତଥ୍ୟ ଉପସ୍ଥାପନ କରାଯାଇଛି । ଏ.ଏସ୍.ଆଇକୁ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ମଧ୍ୟ କୁହାଯାଇଥିବା ସେ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos