ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ସତ୍ୟପାଠ ଦାଖଲ ସମୟ ସୀମା ୪ ଡିସେମ୍ବରକୁ ବୃଦ୍ଧି

ପୁରୀ: ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ସତ୍ୟପାଠ ଦାଖଲ ସମୟ ସୀମା ଡିସେମ୍ବର ୪ ତାରିଖକୁ ବୃଦ୍ଧି କରାଯାଇଛି। ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ୍‌ ବି.ପି. ଦାସ ଆଜି ଏହି ସୂଚନା ଦେଇଛନ୍ତି। ଏହା ସହ ଶ୍ରୀମନ୍ଦିର ଜମି ଜବରଦଖଲ ଏବଂ ନୀତି ବିଭ୍ରାଟ ସମ୍ବଦ୍ଧୀୟ ତଥ୍ୟ ଦେବା ପାଇଁ  କମିଶନ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସହରରେ ଅପରାଧିକ କାର୍ଯ୍ୟକଳାପ ଏବଂ ଦର୍ଶନ ସଂପର୍କିତ ତଥ୍ୟ ଦେବା ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କମିଶନଙ୍କ […]

puri-temple

puri-temple

Rakesh Mallick
  • Published: Monday, 31 October 2016
  • Updated: 31 October 2016, 07:26 PM IST

Sports

Latest News

ପୁରୀ: ଶ୍ରୀମନ୍ଦିର ସଂସ୍କାର ସଂପର୍କିତ ସତ୍ୟପାଠ ଦାଖଲ ସମୟ ସୀମା ଡିସେମ୍ବର ୪ ତାରିଖକୁ ବୃଦ୍ଧି କରାଯାଇଛି। ଶ୍ରୀମନ୍ଦିର ସଂସ୍କାର କମିଶନ ଜଷ୍ଟିସ୍‌ ବି.ପି. ଦାସ ଆଜି ଏହି ସୂଚନା ଦେଇଛନ୍ତି। ଏହା ସହ ଶ୍ରୀମନ୍ଦିର ଜମି ଜବରଦଖଲ ଏବଂ ନୀତି ବିଭ୍ରାଟ ସମ୍ବଦ୍ଧୀୟ ତଥ୍ୟ ଦେବା ପାଇଁ  କମିଶନ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସହରରେ ଅପରାଧିକ କାର୍ଯ୍ୟକଳାପ ଏବଂ ଦର୍ଶନ ସଂପର୍କିତ ତଥ୍ୟ ଦେବା ପାଇଁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କମିଶନଙ୍କ ନିକଟରେ ସର୍ବସାଧାରଣ ସେମାନଙ୍କର ସତ୍ୟପାଠ ଓ ପ୍ରସ୍ତାବ ଦାଖଲ କରିବାର ସମୟସୀମା ଆସନ୍ତା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ରଖାଯାଇଥିଲା। କିନ୍ତୁ କମିଶନ ଏହାକୁ ମାସେ ବୃଦ୍ଧି କରି ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ୩୦ଟି ଜିଲ୍ଲାପାଳ ଅଫିସ୍, ଭୁବନେଶ୍ୱର ଉପଜିଲ୍ଲାପାଳ ଓ କମିଶନ କାର୍ଯ୍ୟାଳୟକୁ ମିଶାଇ ମୋଟ ୩୨ଟି ଅଭିଯୋଗ ବାକ୍ସ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos