ଆରମ୍ଭ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ସବୁ ଦଳ ଆଜିଠାରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର କ୍ୟାମ୍ପେନରମାନେ ପ୍ରଚାରକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଗଲେଣି।

କିଏ କେଉଁ ପ୍ରସଙ୍ଗରେ ଭୋଟରଙ୍କ ପାଖକୁ ଯିବ, ସେ ନେଇ ପୂର୍ବରୁ ୩ ଦଳ ରଣକୌଶଳ କରିସାରିଛନ୍ତି। ଡୋର ଟୁ ଡୋର କ୍ୟାମ୍ପେନିଂ ସହ ବାଇକ୍‌ ରାଲି ଆଦି କରି ପ୍ରଚାର କରିବେ ବିଭିନ୍ନ ଦଳ। ବିଜେଡି ଓ ବିଜେପି ସମସ୍ତ ୮୫୧ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୮୩୯ ଆସନରେ ଲଢ଼ିବାକୁ ଯାଉଛି।