ବିଭିନ୍ନ ଯୋଜନାର ବିଜ୍ଞାପନ ପ୍ରଚାର ବନ୍ଦ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବା ଯୋଗୁଁ ସରକାରୀ ଖର୍ଚ୍ଚରେ ବିଜ୍ଞାପନ ପ୍ରଚାର ବନ୍ଦ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଥିବା ସତ୍ତ୍ୱେ ସରକାରୀ ଖର୍ଚ୍ଚରେ ବିଭିନ୍ନ ଯୋଜନାର ପ୍ରଚାର ବିଜ୍ଞାପନ ମାଧ୍ୟମରେ କରାଯାଉଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଗ୍ରହଣ କରି କମିଶନ ବିଭିନ୍ନ କେନ୍ଦ୍ରୀୟ […]

election-commisu

election-commisu

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 08:17 AM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବା ଯୋଗୁଁ ସରକାରୀ ଖର୍ଚ୍ଚରେ ବିଜ୍ଞାପନ ପ୍ରଚାର ବନ୍ଦ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ସାରିଥିବା ସତ୍ତ୍ୱେ ସରକାରୀ ଖର୍ଚ୍ଚରେ ବିଭିନ୍ନ ଯୋଜନାର ପ୍ରଚାର ବିଜ୍ଞାପନ ମାଧ୍ୟମରେ କରାଯାଉଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଗ୍ରହଣ କରି କମିଶନ ବିଭିନ୍ନ କେନ୍ଦ୍ରୀୟ ଯୋଜନା ସଂପର୍କିତ ପ୍ରଚାର ତୁରନ୍ତ ବନ୍ଦ କରିବା ସହ ରାଜ୍ୟ ସରକାରଙ୍କ ଯୋଜନା ସଂପର୍କିତ ହୋର୍ଡିଂ ଓ ପୋଷ୍ଟର ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

କମିଶନ କେନ୍ଦ୍ର ନବୀନ ଓ ନବୀକରଣ ଊର୍ଜା ମନ୍ତ୍ରାଳୟକୁ ଚିଠି ଲେଖି ଅଟଳ ଜ୍ୟୋତି ଯୋଜନାରେ ବିଜ୍ଞାପନ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ଓଡ଼ିଶାରେ ବିଜ୍ଞାପନ ଯୋଗେ ପ୍ରଚାର ବନ୍ଦ କରିବାକୁ ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ।

ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆହାର କେନ୍ଦ୍ର ଓ ହସ୍ପିଟାଲ୍‌ରେ ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ସଂପର୍କିତ ହୋର୍ଡିଂ ତୁରନ୍ତ ହଟାଇବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos