ରାଜ୍ୟ ଫୁଡ୍ କମିଶନ୍ ନେଇ ସପ୍ତାହେ ମଧ୍ୟରେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: କେମିତି ଚାଲିଛି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା? ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିଛି କି  ନାହିଁ? ସେମାନଙ୍କୁ ଠିକ୍ ସମୟରେ ଖାଦ୍ୟଶସ୍ୟ ମିଳୁଛି ନା ନାହିଁ? ସେନେଇ ଅନୁଧ୍ୟାନ କରିବେ ରାଜ୍ୟ ଫୁଡ୍ କମିଶନ। ତା’ସହ ହିତାଧିକାରୀଙ୍କ ଅଭିଯୋଗର ତର୍ଜମା କରି ପଦକ୍ଷେପ ନେବେ। ରାଜ୍ୟ ଫୁଡ୍ କମିଶନ୍ ନେଇ ସପ୍ତାହେ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା। ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ କମିଶନ୍। ଏଥିରେ  […]

sanjay

sanjay

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 03:38 PM IST

Sports

Latest News

ଭୁବନେଶ୍ୱର: କେମିତି ଚାଲିଛି ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା? ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିଛି କି  ନାହିଁ? ସେମାନଙ୍କୁ ଠିକ୍ ସମୟରେ ଖାଦ୍ୟଶସ୍ୟ ମିଳୁଛି ନା ନାହିଁ? ସେନେଇ ଅନୁଧ୍ୟାନ କରିବେ ରାଜ୍ୟ ଫୁଡ୍ କମିଶନ। ତା’ସହ ହିତାଧିକାରୀଙ୍କ ଅଭିଯୋଗର ତର୍ଜମା କରି ପଦକ୍ଷେପ ନେବେ। ରାଜ୍ୟ ଫୁଡ୍ କମିଶନ୍ ନେଇ ସପ୍ତାହେ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା। ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ କମିଶନ୍। ଏଥିରେ  ଜଣେ ଚେୟାରମ୍ୟାନ, ଜଣେ ମେମ୍ବର ସେକ୍ରେଟାରୀ ଏବଂ ୫ ଜଣ ସଦସ୍ୟ ରହିବେ। ଚେୟାରମ୍ୟାନଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାର ସମସ୍ତ ସୁବିଧା ମିଳିବ। ୫ ଜଣ ସଦସ୍ୟଙ୍କୁ ପ୍ରିନ୍ସପାଲ୍ ସେକ୍ରେଟାରୀ ପାହ୍ୟା ସୁବିଧା ମିଳିବ। ସେହିପରି ଜଏଣ୍ଟ ସେକ୍ରେଟାରୀ ପାହ୍ୟାର ଜଣେ ଅଫିସର ମେମ୍ବର ସେକ୍ରେଟାରୀ ଭାବେ ଡେପୁଟେସନ ଦାୟିତ୍ୱରେ ରହିବେ।

ଗତ ୨୫ ତାରିଖରେ ଫୁଡ୍ କମିଶନ୍ ଗଠନ ନେଇ ଡ୍ରାଫ୍ଟ ନୋଟିଫିକେସନ୍ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଲୋକଙ୍କ ମତାମତ ନିଆସରିଛି।

ଏନେଇ ଖାଦ୍ୟ ଯୋଗାଣମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ଫୁଡ୍ କମିଶନ ଗଠନ ନେଇ ଫାଇନାଲ୍ ରୁଲ୍ ୭ ଦିନ ମଧ୍ୟରେ ଚୂଡ଼ାନ୍ତ ଅନୁମୋଦନ ପାଇବ। ଏହା ପରେ ରାଜ୍ୟ ଫୁଡ୍ କମିଶନ ଗଠନ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

ଫୁଡ୍ କମିଶନ ଗଠନରେ ବିଳମ୍ବ ଏବଂ ରାଜ୍ୟ ସୂଚନା କମିଶନଙ୍କୁ ଫୁଡ୍ କମିଶନ୍ ଦାୟିତ୍ୱ ଦିଆଯାଇଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏନେଇ କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି ଯେ ରାଜ୍ୟ ସୂଚନା କମିଶନ୍‌ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଖାପାଖି ୬୦୦୦ କେସ୍ କମିଶନଙ୍କ ନିକଟରେ ପଡ଼ି ରହିଛି। ଆରଟିଆଇ ସୂତ୍ରରୁ ଏ ସୂଚନା ମିଳିଛି। ସୂଚନା କମିଶନ ନିଜ ଦାୟିତ୍ୱ ସମ୍ଭାଳି ପାରୁ ନ ଥିବା ବେଳେ ଫୁଡ୍ କମିଶନ୍ ଭଳି ଏକ ଗୁରୁ ଦାୟିତ୍ୱକୁ କିପରି ସମ୍ଭାଳିବେ ବୋଲି ପ୍ରଶ୍ନ ଉଠୁଛି।

ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ରାଜ୍ୟରେ ଏବେ ୩ କୋଟି ୫ ଲକ୍ଷ୍ୟ ହିତାଧିକାରୀ ଅଛନ୍ତି। ଏହି ତାଲିକାରେ ସାମିଲ ହେବାକୁ ଆଉ ୨୩ ଲକ୍ଷ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ୨ ଲକ୍ଷ ୫୦ ହଜାର ଆବେଦନକୁ ବିଭାଗ ବାଦ୍ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos