ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପୂରଣ କରିବେ ରାଜ୍ୟ ସରକାର

ଭୁବନେଶ୍ୱର(ଥବୀର ସାମଲ): ଏଣିକି ରାଜ୍ୟ ସରକାର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପୂରଣ ପାଇଁ କାଉନସେଲିଂ କରିବେ। ଏନେଇ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ପାଖକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ଚିଠି ଆସିଛି। ଚଳିତବର୍ଷ ସାରା ଦେଶରେ କମନ କାଉନସେଲିଂକୁ ବାଧ୍ୟତାମୂଳକ କରାଯାଇଥିବାରୁ ସମସ୍ତ ସରକାରୀ, ଘରୋଇ ଓ ଡିମଡି ୟୁନିଭର୍ସିଟି ଏମ୍‌ବିବିଏସ୍ ଓ ବିଡିଏସ୍‌ ସିଟ୍‌ରେ ନାମଲେଖା ସମ୍ପୃକ୍ତ ରାଜ୍ୟ ସରକାର କରିବେ ବୋଲି ଉଲ୍ଲେଖ ରହିଛି। ନିଟ୍‌ ପ୍ରବେଶିକା ପରୀକ୍ଷାର ମାର୍କ ଅନୁସାରେ କାଉନସେଲିଂ […]

mbbs

mbbs

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 09:27 PM IST

Sports

Latest News

ଭୁବନେଶ୍ୱର(ଥବୀର ସାମଲ): ଏଣିକି ରାଜ୍ୟ ସରକାର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ପୂରଣ ପାଇଁ କାଉନସେଲିଂ କରିବେ। ଏନେଇ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ପାଖକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ଚିଠି ଆସିଛି। ଚଳିତବର୍ଷ ସାରା ଦେଶରେ କମନ କାଉନସେଲିଂକୁ ବାଧ୍ୟତାମୂଳକ କରାଯାଇଥିବାରୁ ସମସ୍ତ ସରକାରୀ, ଘରୋଇ ଓ ଡିମଡି ୟୁନିଭର୍ସିଟି ଏମ୍‌ବିବିଏସ୍ ଓ ବିଡିଏସ୍‌ ସିଟ୍‌ରେ ନାମଲେଖା ସମ୍ପୃକ୍ତ ରାଜ୍ୟ ସରକାର କରିବେ ବୋଲି ଉଲ୍ଲେଖ ରହିଛି।

ନିଟ୍‌ ପ୍ରବେଶିକା ପରୀକ୍ଷାର ମାର୍କ ଅନୁସାରେ କାଉନସେଲିଂ ହେବ। କୌଣସି ଆଳ ଦେଖାଇ କମନ କାଉନସେଲିଂକୁ ଛାଡ କରାଯାଇ ପାରିବ ନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି।

ତେବେ ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନ ଥିବା ଜଣାପଡିଛି।

ଓଜେଇଇ ଅଧ୍ୟକ୍ଷ ତୁଷାର କୁମାର ନାଥ କହିଛନ୍ତି,“ଏମ୍‌ବିବିଏସ୍‌ ଓ ବିଡିଏସ୍‌ ନାମଲେଖା କମନ କାଉନସେଲିଂରେ ହେବ। ଏନେଇ ଗତ ମାର୍ଚ୍ଚ ୧୦ ତାରିଖରେ କେନ୍ଦ୍ର ସରକାର ନୋଟିସ୍‌ ଦେଇଛନ୍ତି। ଡିମ୍‌ଡି ୟୁନିଭର୍ସିଟିର ଷ୍ଟାଣ୍ଡ କ’ଣ ରହିବ ଏ ଚିଠିରେ କ୍ଲିୟର ହୋଇନାହିଁ। ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ସେହି ଅନୁସାରେ ଏଠାରେ କାଉନସେଲିଂ କରାଯିବ।

୨୦୧୬ ଅଗଷ୍ଟ ୯ ତାରିଖରେ ରାଜ୍ୟରେ ଥିବା ଡିମ୍‌ଡି ୟୁନିଭର୍ସିଟି ଗୁଡିକର କାଉନସେଲିଂ ସ୍ଥାନୀୟ ସରକାର କରିବାକୁ କେନ୍ଦ୍ର ଅବଗତ କରିଥିଲେ। ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ ନ କରିବାରୁ ଡିମ୍‌ଡି ୟୁନିଭର୍ସିଟି କର୍ତ୍ତୃପକ୍ଷ ନିଜେ କାଉନସେଲିଂ କରି ସିଟ୍‌ ପୂରଣ କରିଥିଲେ।

ଅନ୍ୟପକ୍ଷରେ ଡିମ୍‌ଡି ୟୁନିଭର୍ସିଟିର କେତେ ସିଟ୍‌ ପାଇଁ ସରକାର କାଉନସେଲିଂ କରିବେ, ନାମଲେଖା ଫି କେତେ ରହିବ ଓ ଏହା ସରକାରଙ୍କ ନିୟନ୍ତ୍ରଣରେ ରହିବ କି ନାହିଁ ତାକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି।

ବିହାର, ହରିୟାଣା, ହିମାଚଳ ପ୍ରଦେଶ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ କମନ କାଉନସେଲିଂ କରାଯାଉଛି। ଓଡ଼ିଶାରେ ଏହି ନୂଆ ନିୟମକୁ ସରକାର କାର୍ଯ୍ୟକାରୀ କରିବେ ନାଁ ଆଳ ଦେଖାଇ ଡିମ୍‌ଡି ୟୁନିଭର୍ସିଟି ଗୁଡିକୁ ସୁହାଇବା ଭଳି ନିଷ୍ପତ୍ତି ନେବେ ତାହା ଏବେ ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story