ନିଲାମ ହେବ ୧୧ଟି ଖଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଲାମ ହେବ ୧୧ଟି ଖଣି। ଚଳିତ ଆର୍ଥିକ ବର୍ଷରେ ୧୧ଟି ଖଣି ନିଲାମ କରିବେ ଓଡ଼ିଶା ସରକାର।  ମାର୍ଚ୍ଚ ସୁଦ୍ଧା ସରିବ ନିଲାମ ପ୍ରକ୍ରିଅୟା।  ନିଲାମ ହେବାକୁ ଥିବା ଖଣି ମଧ୍ୟରେ ରହିଛି ଲୁହାପଥର, ମାଙ୍ଗାନିଜ୍, ଗ୍ରାଫାଇଟ୍, ଲାଇମଷ୍ଟୋନ୍, ଡୋଲୋମାଇଟ୍ ଖଣି । ଏବେ ଏସବୁ ଖଣିର ନିଲାମ ଡକ୍ୟୁମେଣ୍ଟରେ ସାମାନ୍ୟ ସଂଶୋଧନ ପାଇଁ ସରକାରଙ୍କ ନିକଟକୁ ପଠାଯାଇଛି।  ସଂଶୋଧିତ ଡକ୍ୟୁମେଣ୍ଟ ଆସିବା ମାତ୍ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ଖଣି […]

mines-1

mines-1

Madhupriya Mistry
  • Published: Wednesday, 13 January 2021
  • Updated: 13 January 2021, 08:43 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଲାମ ହେବ ୧୧ଟି ଖଣି। ଚଳିତ ଆର୍ଥିକ ବର୍ଷରେ ୧୧ଟି ଖଣି ନିଲାମ କରିବେ ଓଡ଼ିଶା ସରକାର।  ମାର୍ଚ୍ଚ ସୁଦ୍ଧା ସରିବ ନିଲାମ ପ୍ରକ୍ରିଅୟା।  ନିଲାମ ହେବାକୁ ଥିବା ଖଣି ମଧ୍ୟରେ ରହିଛି ଲୁହାପଥର, ମାଙ୍ଗାନିଜ୍, ଗ୍ରାଫାଇଟ୍, ଲାଇମଷ୍ଟୋନ୍, ଡୋଲୋମାଇଟ୍ ଖଣି । ଏବେ ଏସବୁ ଖଣିର ନିଲାମ ଡକ୍ୟୁମେଣ୍ଟରେ ସାମାନ୍ୟ ସଂଶୋଧନ ପାଇଁ ସରକାରଙ୍କ ନିକଟକୁ ପଠାଯାଇଛି।  ସଂଶୋଧିତ ଡକ୍ୟୁମେଣ୍ଟ ଆସିବା ମାତ୍ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।

ସେହିଭଳି ଖଣି ନିର୍ଦ୍ଦେଶକ କହିଛନ୍ତି, ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୨୪ଟି ଖଣି ନିଲାମ ପାଇଁ ଟାର୍ଗେଟ୍ ରଖିଥିଲେ।  ସମସ୍ତ ଖଣି ନିଲାମ ହୋଇଥିଲା  କିନ୍ତୁ ସେଥିମଧ୍ୟରୁ ମାତ୍ର ୧୯ଟି ଖଣିର ମାଇନିଂ ଲିଜ୍ ଡିଡ୍ କାର୍ଯ୍ୟକାରୀ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ମାଇନିଂ ଲିଜ୍ ଡିଡ୍ ଏଗ୍ରିମେଣ୍ଟ କରିବାରେ ବିଫଳ ହେବାରୁ ଜେଏସ୍ପିଏଲକୁ ଗୁଆଲି ଲୁହାପଥର ଖଣି ଏବଂ ଶ୍ୟାମ୍ ଷ୍ଟିଲକୁ ଜିଲିଂ-ଲାଙ୍ଗାଲୋଟା ଖଣି ହରାଇବାକୁ ପଡ଼ିଛି।  ଏବେ ଏହି ଖଣି ଦ୍ୱୟକୁ ୧୦ ବର୍ଷ ପାଇଁ ଓଏମ୍ସିକୁ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos