ଆଇଏଏସ୍‌ ସ୍ତରରେ ଅଦଳବଦଳ, ନିରଞ୍ଜନ ସାହୁ ଉତ୍ତରାଞ୍ଚଳ ଆରଡିସି

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ କେତେକ ଅଦଳବଦଳ କରିଛନ୍ତି। ଗତ ସପ୍ତାହରେ ପଦୋନ୍ନତି ପାଇଥିବା କେତେକ ଆଇଏଏସ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ୨୦୦୪ ବ୍ୟାଚ୍ ଆଇଏଏସ ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଥିବାବେଳେ ସେହି ବ୍ୟାଚର ଆଇଏଏସ ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶକ ଭାବେ […]

lokseva-bhawan-1

lokseva-bhawan-1

Tapaswini Nayak
  • Published: Friday, 27 December 2019
  • Updated: 27 December 2019, 04:07 PM IST

Sports

Latest News

ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ କେତେକ ଅଦଳବଦଳ କରିଛନ୍ତି। ଗତ ସପ୍ତାହରେ ପଦୋନ୍ନତି ପାଇଥିବା କେତେକ ଆଇଏଏସ ଅଫିସରଙ୍କୁ ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ୨୦୦୪ ବ୍ୟାଚ୍ ଆଇଏଏସ ନିରଞ୍ଜନ ସାହୁଙ୍କୁ ଉତ୍ତରାଞ୍ଚଳ ଆରଡିସି ଭାବେ ବଦଳି କରାଯାଇଥିବାବେଳେ ସେହି ବ୍ୟାଚର ଆଇଏଏସ ପ୍ରଶାନ୍ତ କୁମାର ସେନାପତିଙ୍କୁ ଓବିସି, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ୨୦୦୭ ବ୍ୟାଚ୍ ଆଇଏଏସ୍ ସୁଶାନ୍ତ ମହାପାତ୍ରଙ୍କୁ ଇଷ୍ଟେଟ୍ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଶ୍ରୀ ମହାପାତ୍ର ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ୨୦୦୯ ଆଇଏଏସ୍ ଭି ଜୟକୁମାରଙ୍କୁ ଆୟୁଷ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

୨୦୦୯ ବ୍ୟାଚ୍ ଆଇଏଏସ୍ ଡଃ ଏନ ତିରୁମାଳା ନାଏକଙ୍କୁ ଶ୍ରମ କମିଶନର ଭାବେ ଓ ୨୦୧୫ ବ୍ୟାଚ୍ ଆଇଏଏସ୍ ଆବୋଲି ସୁନୀଲ ନରଭାଣେଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେ ମଧ୍ୟ ରାଉରକେଲା ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos