୯ବର୍ଷରେ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ଖର୍ଚ୍ଚ କରିପାରି ନାହାନ୍ତି ୪୬ ହଜାର କୋଟି ଟଙ୍କା

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାର ପ୍ରାୟ ୪୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିନାହାନ୍ତି ରାଜ୍ୟ ସରକାର। ୯ ବର୍ଷ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହୋଇପାରି ନ ଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଗୋଟିଏ ପଟେ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରୁଥିବା ରାଜ୍ୟ ସରକାର ଯୋଜନା ଅର୍ଥ ଖର୍ଚ୍ଚ କରିପାରୁ ନ ଥିବାରୁ ଉଭୟ କଂଗ୍ରେସ ଓ ବିଜେପି, ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ରାଜ୍ୟ ଯୋଜନାର ୩୯ ହଜାର ୪୦୮ […]

state

state

Rakesh Mallick
  • Published: Sunday, 20 December 2015
  • Updated: 20 December 2015, 05:33 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନାର ପ୍ରାୟ ୪୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିନାହାନ୍ତି ରାଜ୍ୟ ସରକାର। ୯ ବର୍ଷ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହୋଇପାରି ନ ଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି। ଗୋଟିଏ ପଟେ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରୁଥିବା ରାଜ୍ୟ ସରକାର ଯୋଜନା ଅର୍ଥ ଖର୍ଚ୍ଚ କରିପାରୁ ନ ଥିବାରୁ ଉଭୟ କଂଗ୍ରେସ ଓ ବିଜେପି, ବିଜେଡିକୁ ଟାର୍ଗେଟ୍ କରିଛନ୍ତି।

ରାଜ୍ୟ ଯୋଜନାର ୩୯ ହଜାର ୪୦୮ କୋଟି, କେନ୍ଦ୍ର ଯୋଜାନାର ୩ ହଜାର ୫୭୭କୋଟି  ଓ କେନ୍ଦ୍ର ଅନୁଦାନରେ ଚାଲିଥିବା ଯୋଜନାର ୩ହଜାର ୧୨୨ କୋଟି ଟଙ୍କା ଖର୍ଚ୍ଚ କରିପାରିନାହାନ୍ତି ରାଜ୍ୟ ସରକାର। ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ରଖିଛନ୍ତି ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଉଷାଦେବୀ। ବିଜେଡି ସବୁବେଳେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଆସୁଛି। ରାଜ୍ୟରେ ଚାଲିଥିବା ୮ ଯୋଜନା ବନ୍ଦ ଓ କିଛି ଯୋଜନାରେ ଅର୍ଥ କାଟି ଦେବା ପରେ ଏନିଡିଏ ସରକାରଙ୍କୁ ବିଜେଡି ବେଶ ସମାଲୋଚନା କରିଥିଲା। ତେବେ ନିଜେ ରାଜ୍ୟ ସରକାର ବିଭିନ୍ନ ଯୋଜନାର ଅର୍ଥ ଖର୍ଚ୍ଚ କରିପାରୁ ନ ଥିବା ତଥ୍ୟ ସାମ୍ନାକୁ ଆସିଛି।

ବିଜେପି ମୁଖପାତ୍ର ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟ ସରକାର କେବଳ ଟଙ୍କା ମାଗିବା ଜାଣିଛନ୍ତି, ଏହାକୁ ଖର୍ଚ୍ଚ କରିବାକୁ ଉଦ୍ଦେଶ୍ୟ ନାହିଁ। ବହୁ ସମୟରେ ଅର୍ଥ ଖର୍ଚ୍ଚ ହୋଇ ନ ପାରି ଫେରିଯାଉଛି। ଏତେ ପରିମାଣର ଟଙ୍କା ଖର୍ଚ୍ଚ ହୋଇ ନ ପାରି ପଡି ରହିବା ନିଶ୍ଚିତ ଚିନ୍ତାଜନକ ବିଷୟ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହୀନପତି କହିଛନ୍ତି, ନବୀନ ବାବୁ କେନ୍ଦ୍ରକୁ କେବଳ ଦୋଷ ଦେବା ଜାଣିଛନ୍ତି। କେନ୍ଦ୍ର ପ୍ରଚୁର ଅର୍ଥ ଦେଉଛି, ହେଲେ ଏହି ସରକାର ତାହାକୁ ଖର୍ଚ୍ଚ କରି ନ ପାରି ଅପାରଗପଣିଆର ପରିଚୟ ଦେଇଛି। ଅର୍ଥ ଖର୍ଚ୍ଚଳାଗି କୌଣସି ଯୋଜନା କରାଯାଉନାହିଁ, କିଚି ନିୟମ, ନୀତି ନାହିଁ। ବିଜେଡି ମୁଖପେତ୍ର ଅମର ଶତପଥୀ କହିଛନ୍ତି, କେନ୍ଦ୍ର ସରକାର ଠିକ ସମୟରେ ଅର୍ଥ ଦେଉନାହାନ୍ତି। ତାହା ସହିତ ଓଡିଶା ଆବଶ୍ୟକତା ଅନୁଯାୟୀ କେନ୍ଦ୍ର ଯୋଜାନ ପ୍ରସ୍ତୁତ କରୁନାହିଁ। ତେଣୁ ଅର୍ଥ ଖର୍ଚ୍ଚ କରିବାରେ କିଛି ସମସ୍ୟା ସୃଷ୍ଟି ହେଉଛି। ସରକାର ଏହାର ସମୀକ୍ଷା କରୁଛନ୍ତି, ଏହି ଅର୍ଥ କିପରି ଖର୍ଚ୍ଚ ହୋଇପାରିବ ତାହା ବିଚାର କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos