୨୦୧୯ ଅକ୍ଟୋବର ସୁଦ୍ଧା ଓଡ଼ିଶା ହେବ ମଳମୁକ୍ତ ରାଜ୍ୟ

ଭୁବନେଶ୍ୱର: ୨୦୧୯ ଅକ୍ଟୋବର ସୁଦ୍ଧା ଓଡ଼ିଶା ହେବ ମଳମୁକ୍ତ ରାଜ୍ୟ। ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟକାରିତା ନେଇ ହୋଇଥିବା ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ପରେ କେନ୍ଦ୍ର ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ ସଚିବ ପରମେଶ୍ୱରମ୍‌ ଆୟାର ଏହା କହିଛନ୍ତି। ଓଡ଼ିଶାରେ ଗତ ଦୁଇ ବର୍ଷ ମଧ୍ୟରେ ୩୫ ପ୍ରତିଶତ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକାରୀ ହୋଇଛି।  ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ସରକାରୀସ୍ତରରେ ଅଧିକ ପାଇଖାନା ନିର୍ମାଣ ସାଙ୍ଗକୁ […]

state-and-water-department

state-and-water-department

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 08:48 PM IST

Sports

Latest News

ଭୁବନେଶ୍ୱର: ୨୦୧୯ ଅକ୍ଟୋବର ସୁଦ୍ଧା ଓଡ଼ିଶା ହେବ ମଳମୁକ୍ତ ରାଜ୍ୟ। ରାଜ୍ୟର ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟକାରିତା ନେଇ ହୋଇଥିବା ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ପରେ କେନ୍ଦ୍ର ପାନୀୟ ଜଳ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ ସଚିବ ପରମେଶ୍ୱରମ୍‌ ଆୟାର ଏହା କହିଛନ୍ତି।

ଓଡ଼ିଶାରେ ଗତ ଦୁଇ ବର୍ଷ ମଧ୍ୟରେ ୩୫ ପ୍ରତିଶତ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକାରୀ ହୋଇଛି।  ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ସରକାରୀସ୍ତରରେ ଅଧିକ ପାଇଖାନା ନିର୍ମାଣ ସାଙ୍ଗକୁ ସଚେତନତା କରାଯିବ। ସ୍ୱଚ୍ଛ ଭାରତ ମିଶନ ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି। ଏହି ଯୋଜନାରେ ଏଯାଏଁ ପ୍ରାୟ ୭୦୦ କୋଟି ଟଙ୍କା ରାଜ୍ୟକୁ ମିଳିଛି। ସେହିପରି ଗ୍ରାମାଞ୍ଚଳରେ ପାଇପ୍‌ ଜଳ ଯୋଗାଣ ନେଇ ବୈଠକରେ ଆଲୋଚନା ହୋଇଥିଲା। ଡିସେମ୍ୱର ସୁଦ୍ଧା ଦେବଗଡ଼ ଓ ଆଗାମୀ ମାର୍ଚ୍ଚ ସୁଦ୍ଧା ବାଲେଶ୍ୱର ଏବଂ ଗଜପତି ଜିଲ୍ଲାକୁ ମଳମୁକ୍ତ କରାଯିବ ବୋଲି ପରମେଶ୍ୱରମ୍‌ ଆୟାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos