ଇଣ୍ଡିଆ ଟୁଡେର ଷ୍ଟେଟ୍ ଅଫ୍ ଷ୍ଟେଟ୍ସ ତାଲିକାର ୫ ନମ୍ବର ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର: ବର୍ଷକ ମଧ୍ୟରେ ଓଡ଼ିଶାର ବିକାଶରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ଇଣ୍ଡିଆ ଟୁଡେର ଷ୍ଟେଟ୍ ଅଫ୍ ଷ୍ଟେଟ୍ସ ସର୍ଭେରେ ଏହି ତଥ୍ୟ ଦେଖିବାକୁ ମିଳିଛି। ଗତ ବର୍ଷ ରାଜ୍ୟ ଏହି ସର୍ଭେ ତାଲିକାର ୧୬ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ଏହା ପଞ୍ଚମ ସ୍ଥାନରେ ପହଞ୍ଚିଛି। ଜଣାଶୁଣା ପତ୍ରିକା ଇଣ୍ଡିଆ ଟୁଡେ ପକ୍ଷରୁ ଗତ ୧୨ବର୍ଷ ହେଲା ଏହି ସର୍ଭେ କରାଯାଉଛି। କୃଷି, ଶିକ୍ଷା, ଶାସନ, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ନିବେଶ, ସ୍ୱଚ୍ଛତା, ପରିବେଶ ଏବଂ ବିଭିନ୍ନ କ୍ଷେତ୍ରରୁ […]

odisha

odisha

Rakesh Mallick
  • Published: Tuesday, 10 November 2015
  • Updated: 10 November 2015, 05:19 PM IST

Sports

Latest News

ଭୁବନେଶ୍ୱର: ବର୍ଷକ ମଧ୍ୟରେ ଓଡ଼ିଶାର ବିକାଶରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ଇଣ୍ଡିଆ ଟୁଡେର ଷ୍ଟେଟ୍ ଅଫ୍ ଷ୍ଟେଟ୍ସ ସର୍ଭେରେ ଏହି ତଥ୍ୟ ଦେଖିବାକୁ ମିଳିଛି। ଗତ ବର୍ଷ ରାଜ୍ୟ ଏହି ସର୍ଭେ ତାଲିକାର ୧୬ତମ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ଏହା ପଞ୍ଚମ ସ୍ଥାନରେ ପହଞ୍ଚିଛି। ଜଣାଶୁଣା ପତ୍ରିକା ଇଣ୍ଡିଆ ଟୁଡେ ପକ୍ଷରୁ ଗତ ୧୨ବର୍ଷ ହେଲା ଏହି ସର୍ଭେ କରାଯାଉଛି। କୃଷି, ଶିକ୍ଷା, ଶାସନ, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ନିବେଶ, ସ୍ୱଚ୍ଛତା, ପରିବେଶ ଏବଂ ବିଭିନ୍ନ କ୍ଷେତ୍ରରୁ ବିକାଶ ପରି ମାନଦଣ୍ଡକୁ ଆଖିରେ ରଖି ରାଜ୍ୟଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇଛି। ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇ ଗବେଷଣା କରାଯାଇଛି। ସର୍ଭେ ତାଲିକାର ଏକ ନମ୍ୱର ସ୍ଥାନ ଅଧିକାର କରିଛି ସିକ୍କିମ୍। ଗତ ବର୍ଷ ରାଜ୍ୟ ୮ମ ସ୍ଥାନରେ ଥିଲା। ସେହିପରି ଆସାମ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରି ସପ୍ତମ ସ୍ଥାନରେ ରହିଛି। ଗତବର୍ଷ ରାଜ୍ୟ ତାଲିକାର ୧୯ତମ ସ୍ଥାନରେ ଥିଲା।

ଗତବର୍ଷ ଷୋଡ଼ଶ ସ୍ଥାନରେ ଥିବା ବେଳେ ଏଥର ସିଧାସଳଖ ୧୧ଟି ସ୍ଥାନ ଉପରକୁ ଡିଆଁ ମାରିଛି । ଭିତ୍ତିଭୂମି ଓ ମାକ୍ରୋ ଇକୋନମି କ୍ଷେତ୍ରରେ ଆଶାତୀତ ସଫଳତା ଯୋଗୁଁ ଓଡିଶାର ରାଙ୍କରେ ଉନ୍ନତି ହୋଇଥିବା ଇଣ୍ଡିଆ ଟୁଡେ ରିପୋର୍ଟରେ କୁହାଯାଇଛି। ଭିତ୍ତିଭୂମି ବିକାଶ ରାକିଂରେ ଓଡିଶା ଏଥର ଆସାମ ତଳକୁ ଦ୍ୱିତୀୟ ସ୍ଥାନରେ ରହିଛି । ମାକ୍ରୋ ଇକୋନମୀରେ ମଧ୍ୟ ଓଡିଶା ଚତୁର୍ଦ୍ଦଶରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ସେହିପରି କୃଷିରେ ଓଡିଶାର ଅଗ୍ରଗତି ହୋଇଥିବା ସର୍ଭେରୁ ଜଣାପଡିଛି । କୃଷି କ୍ଷେତ୍ରରେ ଓଡିଶା ୧୦ଟି ସ୍ଥାନ ଉପରକୁ ଉଠି ଅଷ୍ଟମ ସ୍ଥାନରେ ରହିଛି । ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ନୈରାଶ୍ୟଜନକ ପ୍ରଦର୍ଶନ କରି ପଞ୍ଚଦଶ ସ୍ଥାନରେ ରହିଛି । ସେହିପରି ପୁଞ୍ଜିନିବେଶରେ ମଧ୍ୟ ଓଡିଶା ସପ୍ତମରୁ ଅଷ୍ଟମ ସ୍ଥାନକୁ ଖସି ଆସିଛି।

ତେବେ ଏ ରିପୋର୍ଟକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଅଧାରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡିଛି । ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ପିଇବାକୁ ଗାଁ ଗହଳିରେ ଲୋକେ ପାଣି ପାଉନାହାନ୍ତି । କୌଣସି ଖବରକାଗଜ କି ପତ୍ରିକା ଓଡ଼ିଶାରେ ପ୍ରଗତୀ ହୋଇଛି ବୋଲି ଯଦି କହେ ତାହା କେତେଦୂର ଠିକ ଓ କେତେଦୂର ଭୁଲ ରାଜ୍ୟବାସୀ ବିଚାର କରିବେ । ଏହା ଗୋଟେ ପେଡ ନ୍ୟୁଜ ପରି ଧାରାଣା ହେଉଛି ବୋଲି ସେ କହିଛନ୍ତି । ବିଜେପି ନେତା ପୃଥିରାଜ ହରିଚନ୍ଦନ କହିଛନ୍ତି ଏହା ଏକ ଖୋଲା ଦର୍ପଣ ପରି । ବସ୍ତବ ଚିତ୍ର ଓଡ଼ିଶାରେ ଏପରି ନାହିଁ । ଏହା ଉପରେ ବିଜେଡି ମୁଖପାତ୍ର ପ୍ରତାପ ଜେନା ପ୍ରତିକ୍ରିୟା ରହିଛନ୍ତି। ସେ କହିଛନ୍ତି ସର୍ଭେ ରିପୋର୍ଟରେ ଗୁଜରାଟ ଏକ ନମ୍ବର ଅଛି । ସେ କ’ଣ ଏହାକୁ ପ୍ଲାନ କରିଥିଲା । ଆସାମରେ କଂଗ୍ରେସ ସରକାର ଅଛି । ସେ ରାଜ୍ୟ ମଧ୍ୟ ଭଲ କରିଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ ରହିଛି । ତାହା ହେଲେ କ’ଣ କଂଗ୍ରେସ ମ୍ୟାନେଜ କରି ଆସାମକୁ ଭଲ ରାଜ୍ୟ ଭାବେ ଉପସ୍ଥାପନ କରିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ବିରୋଧୀ ଦଳ ଏପରି ଶସ୍ତା କଥା କହିବାରୁ ଦୂରେଇ ରୁହନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos