ଷ୍ଟିଙ୍ଗ ଅପରେସନ୍‌ ମାମଲା: ରବି ଶର୍ମାଙ୍କ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ

ଭୁବନେଶ୍ୱର: ବିଜେଡିର ୪ ବିଧାୟକଙ୍କ ବିରୋଧରେ ଷ୍ଟିଙ୍ଗ ଅପରେସନ୍‌ କରିଥିବା ଘରୋଇ ୱେବ ଚ୍ୟାନେଲ ୨୪X୭ ମାଲିକ ରବି ଶର୍ମା ହାଇକୋର୍ଟରେ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ପୂର୍ବରୁ ଭିଜିଲାନ୍ସ ରବି ଶର୍ମାଙ୍କ ଅଫିସ୍‌ରେ ଚଢ଼ାଉ କରିବା ସହିତ ହାଜର ହେବା ପାଇଁ ଲଟ୍‌କା ଜାରି କରିଥିଲା।

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, କରଞ୍ଜିଆ ବିଧାୟକ ବିଜୟ ନାୟକ, ଭବାନୀପାଟଣା ଅନାମ ନାୟକ ଓ ହିନ୍ଦୋଳ ସୀମାରାଣୀ ନାୟକ ଏକ ଷ୍ଟିଙ୍ଗ୍ ଅପରେସନ୍‌ରେ ଶିଳ୍ପ ପାଇଁ ଲାଞ୍ଚ ମାଗୁଥିବା ନେଇ ଧରାପଡ଼ିଥିଲେ। ଏହି ଖବର ଏକ ନିର୍ଦ୍ଦିଷ୍ଟ ଟିଭି ଚ୍ୟାନେଲ୍‌ରେ ପ୍ରସାରିତ ହେବା ପରେ ରାଜ୍ୟ ସରକାର ଏହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ ପାଇଁ ଭିଜିଲାନ୍ସ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଟି ଟିମ୍‌ ଗଠନ କରି ଅନୁସନ୍ଧାନ ଚଳାଇଥିଲା।

ଗତ ୨ ତାରିଖରେ ଭିଜିଲାନ୍ସ ଏସ୍‌ପିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ୱେବ ଚ୍ୟାନେଲର ମାଲିକ ରବି ଶର୍ମାଙ୍କ ଭୁବନେଶ୍ୱରସ୍ଥିତ ଘର ଓ ତାଙ୍କ କ୍ୟାମେରାମ୍ୟାନ୍‌ ସରୋଜ କୁମାର କମିଳାଙ୍କ ବାଲେଶ୍ୱର କମର୍ଦ୍ଦାସ୍ଥିତ ଘରେ ଚଢ଼ାଉ କରିଥିଲା।

ଆହୁରି ପଢ଼ନ୍ତୁ

ହୋଟେଲ୍‌ ଦେଖି ଅଟକିଗଲେ ଆମ୍ୱୁଲାନ୍ସ କର୍ମଚାରୀ! ମଉଳି ଗଲା କଅଁଳ କଢ଼ି

ପୁଲିସ ପାଇଁ ‘ଓଟିଭି’ ବିରୋଧରେ କାହାଣୀ ଲେଖୁଛି କିଏ ?

ଆରୋଗ୍ୟ ହେଲେ ୧୨୩୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ କେତେ ପଢ଼ନ୍ତୁ

ସକ୍ରିୟ କରୋନା ରୋଗୀ: ଗଞ୍ଜାମକୁ ଟପିଲା ଖୋର୍ଦ୍ଧା, ସୁସ୍ଥ ହାର ବି ଚିନ୍ତାଜନକ

କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦ ଲୋକାଲ୍‌ କେସ୍‌

ଖେଳୁଥିଲେ ଭାଇ ଭଉଣୀ, ହଠାତ୍ ପୋଖରୀରେ ବୁଡି ଚାଲିଗଲେ

ଡକ୍ୟୁମେଣ୍ଟ ମାଗି ରଖିଲାନି ପୁଲିସ, କୋରିଅରରେ ପଠାଇଲା ଓଟିଭି

ଭାଇରାଲ ଅଡ଼ିଓ ଘଟଣାରେ ଗିରଫ ୨ ଜଣଙ୍କୁ ରିମାଣ୍ଡରେ ନେବ ପୁଲିସ

ସବୁ ଥାଇ ନିଶ୍ୱ ସେ , ପାଣି ପାଇପ୍‌ ଭିତରେ କଟୁଛି ଜୀବନ

ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +2 ବିଜ୍ଞାନ ରେଜଲ୍ଟ

ଗିରଫ ଦୁଇଜଣଙ୍କର ଭୁଲ କ’ଣ : ବୈଜୟନ୍ତ

A, B ଓ C ବର୍ଗରେ ବିଭକ୍ତ ହେଲା ଦୋକାନ, ଗାଇଡଲାଇନ୍ ଜାରି