ରାଜ୍ୟରେ ୩୭ହଜାର ପଞ୍ଜିକୃତ ଖାଦ୍ୟ ବ୍ୟବସାୟୀ, ୫ ମହାନଗରରେ ହେବ ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟର ଗୁଣାତ୍ମକ ମାନ ଯାଞ୍ଚ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଏବେ ମାତ୍ର ୩୬,୬୨୨ଜଣ ଖାଦ୍ୟ ବ୍ୟବସାୟୀ ପଞ୍ଜିକରଣ କରିଥିବାବେଳେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷକରି କଟକ,ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ଭଳି ମହାନଗରରେ କ୍ଷମତାପ୍ରାପ୍ତ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହି ମହାନଗର ନିଗମ ଅଞ୍ଚଳ ନିମନ୍ତେ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତି […]

vd

vd

Hemant Lenka
  • Published: Saturday, 04 January 2020
  • Updated: 04 January 2020, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟର ଗୁଣାତ୍ମକ ମାନ ଯାଞ୍ଚ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଏବେ ମାତ୍ର ୩୬,୬୨୨ଜଣ ଖାଦ୍ୟ ବ୍ୟବସାୟୀ ପଞ୍ଜିକରଣ କରିଥିବାବେଳେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

ବିଶେଷକରି କଟକ,ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ଭଳି ମହାନଗରରେ କ୍ଷମତାପ୍ରାପ୍ତ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହି ମହାନଗର ନିଗମ ଅଞ୍ଚଳ ନିମନ୍ତେ ଖାଦ୍ୟ ନିରାପତ୍ତା ଅଧିକାରୀ ନିଯୁକ୍ତି ଦେବା ପାଇଁ ଆଜି ରାଜ୍ୟ ସରକାର ନୀତିଗତ ଅନୁମୋଦନ କରିଛନ୍ତି।

ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ରାସ୍ତାକଡ଼ରେ ଥିବା ଭେଣ୍ଡିଜୋନଗୁଡ଼ିକରେ ଖାଦ୍ୟ ନିରାପତ୍ତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ମହାନଗର ନିଗମ ଓ ପୌରାଞ୍ଚଳଗୁଡ଼ିକରେ ଖାଦ୍ୟ ନିରାପତ୍ତା ନିମନ୍ତେ ନିଆଯାଇଥିବା କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରି ଏକ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱର ସହରରେ କିଛି ଅଞ୍ଚଳକୁ ନିରାପଦ ରାସ୍ତାକଡ଼ ଖାଦ୍ୟ ଅଞ୍ଚଳ ବିକଶିତ ଭାବେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରୁ ଜଣାପଡ଼ିଛି ଯେ, ୨୦୧୬-୧୭ରେ ମୋଟ ୫୦୨୬ଜଣ ଖାଦ୍ୟ ବ୍ୟବସାୟୀ ପଞ୍ଜିକୃତ ହୋଇଥିବାବେଳେ ୨୦୧୭-୧୮ରେ ଏହା ୨୫,୮୨୨ ଓ ୨୦୧୮-୧୯ରେ ଏହା ୩୬,୬୨୨କୁ ବୃଦ୍ଧି ପାଇଛି। ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜିକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅନଲାଇନ କରାଯାଇଛି।

ରାଜ୍ୟରେ ଭ୍ରାମ୍ୟମାଣ ଖାଦ୍ୟ ପରୀକ୍ଷାଗାର ବ୍ୟବସ୍ଥା ମଧ୍ୟ ହୋଇଛି। ୨୦୧୮-୧୯ରେ ସମୁଦାୟ ୩୨୭ଟି ନମୂନା ସଂଗ୍ରହ କରାଯାଇ ୪୭ଟି ମକଦ୍ଦମା କରାଯାଇଛି। ବିଭିନ୍ନ ପ୍ରକାରର ସାର୍ବଜନୀନ ମେଳା ମହୋତ୍ସବ ଆଦି ସ୍ଥାନରୁ ସଂଗୃହୀତ ୧୫୯୯ଟି ନମୂନା ମଧ୍ୟରୁ ୪୭୭ଟି ନମୂନା ଅପମିଶ୍ରିତ ଥିବା ଜଣାପଡ଼ିଛି ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବୈଠକରୁ ଜଣାପଡ଼ିଛି ।
ଏହି ବୈଠକରେ ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos