ଓକିଲଙ୍କୁ ଆକ୍ରମଣ ପ୍ରତିବାଦରେ ଆଜି କାମାକ୍ଷାନଗର ବନ୍ଦ

କାମାକ୍ଷାନଗର(ବିଦ୍ୟାଧର ବରାଳ ): ଜଣେ ଓକିଲଙ୍କୁ ମରଣାତ୍ମକ ଆକ୍ରମଣକୁ ୧୫ ଦିନ ବିତି ସାରିଥିଲେ ବି ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରୁନି। ଓକିଲଜଣକ ମରଣ ସହ ସଂଘର୍ଷ କରୁଥିବା ବେଳେ ପୁଲିସ୍‌ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଏହା ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ ଡାକରା ଦିଆଯାଇଛି ।

ଫଳରେ ସକାଳୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ ରହିବା ସହ ଦୋକାନ ବଜାର ,ସ୍କୁଲ ,କଲେଜ ,ବ୍ୟାଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି ।

ଗତ ମାସ ୨୮ ତାରିଖରେ  ଓକିଲ ସଂଘର ସଦସ୍ୟ ଶଶଧର ମହାନ୍ତିଙ୍କୁ ଏକ ରେଷ୍ଟୁରାଣ୍ଟରେ କିଛି ଅସାମାଜିକ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଓକିଲ ଶ୍ରୀ ମହାନ୍ତି ଗୁରୁତର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେଠାରେ ସେ  ମରଣ ସହ ସଂଗ୍ରାମ କରୁଛନ୍ତି ।

pic
ବନ୍ଦ ରହିଥିବା ଦୋକାନ ବଜାର।

ଏହି ଘଟଣାକୁ ୧୫ ଦିନ ବିତି ସାରିଥିଲେ ବି  କାମାକ୍ଷାନଗର ପୁଲିସ ଅଭିଯୁକ୍ତଙ୍କୁ ଗ୍ରହଣ କରିବାକୁ ତତ୍ପରତା ପ୍ରକାଶ କରୁନି।   ଫଳରେ ଓକିଲ ସଂଘର ସଦସ୍ୟମାନେ ଆଜି ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ କରିଛନ୍ତି ।

ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଓକିଲ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।