ପ୍ରଥମରୁ ଦଶମ ମାତ୍ର ୪ ଶିକ୍ଷକ: ତାଲା ପକାଇ ଧାରଣାରେ ବସିଲେ ପିଲା

ନବରଙ୍ଗପୁର: ସର୍ବଶିକ୍ଷାର ଅଭିଯାନ ମାଧ୍ୟମରେ କୋଟି କୋଟି ଟଙ୍କା ଆସୁଛି। ଏହା ସତ୍ତ୍ୱେ ବିଦ୍ୟାଳୟର ସ୍ଥିତି ସୁଧୁରୁନି। ଦିନକୁ ଦିନ ଦୟନୀୟ ହେବାରେ ଲାଗୁଛି। ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା। ପରେ ଛାତ୍ରଛାତ୍ରୀମାନେ ନିଜ ଅଧିକ ପାଇଁ ଶିକ୍ଷାର ମନ୍ଦିର ବିଦ୍ୟାଳୟରେ ତାଲା ପକାଇ […]

student are sitting

student are sitting

Rakesh Mallick
  • Published: Wednesday, 26 July 2017
  • Updated: 27 July 2017, 07:47 AM IST

Sports

Latest News

ନବରଙ୍ଗପୁର: ସର୍ବଶିକ୍ଷାର ଅଭିଯାନ ମାଧ୍ୟମରେ କୋଟି କୋଟି ଟଙ୍କା ଆସୁଛି। ଏହା ସତ୍ତ୍ୱେ ବିଦ୍ୟାଳୟର ସ୍ଥିତି ସୁଧୁରୁନି। ଦିନକୁ ଦିନ ଦୟନୀୟ ହେବାରେ ଲାଗୁଛି। ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡିଥିଲା। ପରେ ଛାତ୍ରଛାତ୍ରୀମାନେ ନିଜ ଅଧିକ ପାଇଁ ଶିକ୍ଷାର ମନ୍ଦିର ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ଏପରି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ଓ ମାଓପ୍ରବଣ ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ଘଟିଛି।

କଂଗ୍ରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ଅଧ୍ୟୟନ କରୁଛନ୍ତି ୨୩୯ ଜଣ ଛାତ୍ରଛାତ୍ରୀ। ସେମାନଙ୍କୁ ଶିକ୍ଷା ଦେଉଛନ୍ତି ମାତ୍ର ୪ ଜଣ ଶିକ୍ଷକ। ଏକ ସଂଗେ ୧୦ଟି ଶ୍ରେଣୀରେ ୪ ଜଣ ଶିକ୍ଷକ ପାଠ ପଢ଼ାଇବା କଷ୍ଟକର ହେଉଛି। ଯାହାଫଳରେ ଛାତ୍ରଛାତ୍ରୀମାନେ ପାଠ ପଢ଼ିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି। ଏନେଇ ଅଭିଭାବକମାନେ ବାରମ୍ୱାର ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ। ମାତ୍ର ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି ତିଳେ ମାତ୍ର ନଜର ଦେଇନଥିଲେ। ବ୍ଲକ ପ୍ରଶାସନଠାରୁ ନିରାଶ ହୋଇ ଛାତ୍ରଛାତ୍ରୀମାନେ ଆଜି ମଧ୍ୟାହ୍ନରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ। ଦାବି ପୂରଣ ନେଲେ ଧାରଣାରୁ ଉଠିବେ ନାହିଁ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି। ରିପୋର୍ଟ  ଲେଖାହେବା ପର୍ଯ୍ୟନ୍ତ ଶିକ୍ଷା ବିଭାଗର କୌଣସି ଅଧିକାରୀ ବିଦ୍ୟାଳୟରେ ପହଞ୍ଚି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos