ଗୁରୁଙ୍କୁ ଭୁଜାଲିରେ ହାଣିଲେ ଶିଷ୍ୟ

କୋଣାର୍କ(ଓଡ଼ିଶା ରିପୋର୍ଟର): ତାଗିଦ କରିବାରୁ ଗୁରୁଙ୍କୁ ଭୁଜାଲିରେ ହାଣିଲେ ଜଣେ ଛାତ୍ର। ଏପରି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ନୟାହାଟ ଜୁନିୟର କଲେଜରେ। ଆଜି ଇଂରାଜୀ ଅଧ୍ୟାପକ ରତିକାନ୍ତ ଦାଶ କଲେଜ ଆସୁଥିବା ବେଳେ ଛାତ୍ର ଜଣକ ତାଙ୍କୁ ଆକ୍ରମଣ କରିଥିଲେ। ଗତକାଲି ବିନା ୟୁନିଫର୍ମରେ ଜଣେ ଛାତ୍ର କଲେଜ ପରିସରରେ ବୁଲୁ ଥିଲେ। ଏହା ଦେଖି ଅଧ୍ୟାପକ, ତାଙ୍କୁ ତାଗିଦ କରିଥିଲେ। ଆଜି ଅଧ୍ୟାପକ ରତିକାନ୍ତ ଦାଶ କଲେଜ ଆସୁଥିବା ବେଳେ ଫାଟକ ପାଖରେ […]

teacher

teacher

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 05:46 PM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର): ତାଗିଦ କରିବାରୁ ଗୁରୁଙ୍କୁ ଭୁଜାଲିରେ ହାଣିଲେ ଜଣେ ଛାତ୍ର। ଏପରି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ନୟାହାଟ ଜୁନିୟର କଲେଜରେ। ଆଜି ଇଂରାଜୀ ଅଧ୍ୟାପକ ରତିକାନ୍ତ ଦାଶ କଲେଜ ଆସୁଥିବା ବେଳେ ଛାତ୍ର ଜଣକ ତାଙ୍କୁ ଆକ୍ରମଣ କରିଥିଲେ।

ଗତକାଲି ବିନା ୟୁନିଫର୍ମରେ ଜଣେ ଛାତ୍ର କଲେଜ ପରିସରରେ ବୁଲୁ ଥିଲେ। ଏହା ଦେଖି ଅଧ୍ୟାପକ, ତାଙ୍କୁ ତାଗିଦ କରିଥିଲେ। ଆଜି ଅଧ୍ୟାପକ ରତିକାନ୍ତ ଦାଶ କଲେଜ ଆସୁଥିବା ବେଳେ ଫାଟକ ପାଖରେ ଛପି ରହିଛି ଛାତ୍ର ଜଣକ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ ଅଧ୍ୟାପକଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆକ୍ରମଣ କରିଥିବା ଛାତ୍ର ଜଣ ନିଆଳି ଅଞ୍ଚଳର। ସୁରକ୍ଷା ଦୃଷ୍ଟିରୁ ଏବେ କଲେଜ ପରିସରରେ ପୋଲିସ ମୁତୟନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos